ନବରାତ୍ରିର ଦ୍ୱିତୀୟ ଦୁର୍ଗାସ୍ୱରୂପ ମାତା ବ୍ରହ୍ମଚାରିଣୀ

ନବରାତ୍ରିର ଦ୍ୱିତୀୟ ଦିନ ମା ବ୍ରହ୍ମଚାରିଣୀଙ୍କୁ ଆରାଧନା ….

ମାତା_ବ୍ରହ୍ମଚାରିଣୀ
ଦଧାନା କର ପଦ୍ମାଭ୍ୟାଂ ଅକ୍ଷମାଳା କମଣ୍ଡଳୁ
ଦେବୀ ପ୍ରସିଦତୁ ମୈ ବ୍ରହ୍ମଚାରିଣ୍ୟନୁତ୍ତମା ।।
ନବରାତ୍ରିର ଦ୍ୱିତୀୟ ଦିନ ମା ବ୍ରହ୍ମଚାରିଣୀଙ୍କୁ ଆରାଧନା କରାଯାଏ। ମଙ୍ଗଳ ଗ୍ରହ ମା ବ୍ରହ୍ମଚାରିଣୀଙ୍କ ନିୟନ୍ତ୍ରଣାଧିନ ବୋଲି ବିଶ୍ୱାସ ରହିଛି। ମା ନଗ୍ନ ପାଦରେ ବିଚରଣ କରୁଥିବା ରୂପରେ ପୂଜା ପାଆନ୍ତି। ଦେବୀ ଦ୍ୱିଭୁଜା ,ଦକ୍ଷିଣ ହସ୍ତରେ ଜପମାଳା ଓ ବାମ ହସ୍ତରେ କମଣ୍ଡଳୁ ଶୋଭାପାଏ। ମହାଦେବଙ୍କୁ ପତି ରୂପରେ ପାଇବା ପାଇଁ ଦେବୀ ପାର୍ବତୀ କଠିନ ତପସ୍ୟା କରିଥିଲେ। ତାଙ୍କର ସେହି ରୂପକୁ ହିଁ ବ୍ରହ୍ମଚାରିଣୀ ଭାବେ ବିବେଚନା କରାଯାଏ।
ପୁରାଣମାନଙ୍କରେ ବର୍ଣ୍ଣିତ ରହିଛି ଯେ ଦେବୀ ପାର୍ବତୀ ୧୦୦୦ବର୍ଷ କେବଳ ଫଳ, ପୁଷ୍ପ ଆହାର କରି ସାଧନା କରିଥିଲେ। ଆଉ କେତେକ ପୁରାଣ ଅନୁସାରେ ଦେବୀ ପାର୍ବତୀ ୩୦୦୦ବର୍ଷ କେବଳ ବିଲ୍ୱପତ୍ର ଗ୍ରହଣ କରି ତପସ୍ୟା କରିଥିଲେ ଏବଂ ପରେ ତାହା ମଧ୍ୟ ତ୍ୟାଗ କରିଦେବାରୁ ତାଙ୍କୁ ଅପର୍ଣ୍ଣା ବୋଲି କୁହାଗଲା।
ମା ବ୍ରହ୍ମଚାରିଣୀ ଜ୍ଞାନ ଓ ବୁଦ୍ଧିର ଭଣ୍ଡାର, ଭକ୍ତକୁ ସୁଖ, ଶାନ୍ତି, ଯଶ, କୀର୍ତ୍ତି ପ୍ରଦାନ କରନ୍ତି ଏବଂ ମୋକ୍ଷର ମାର୍ଗ ପ୍ରଶସ୍ତ କରନ୍ତି।