ଫିନଲାଣ୍ଡ ବିଶ୍ୱର ଏକନମ୍ବର ସୁଖୀ ଦେଶ

ଫିନଲାଣ୍ଡ: ବିଶ୍ୱର ୧୪୩ଟି ଦେଶ ଭିତରୁ ଫିନଲାଣ୍ଡ ସୁଖୀ ଦେଶ ଭାବେ ପରିଗଣିତ ହୋଇଛି । କ୍ରମାଗତ ସପ୍ତମ ଥର ପାଇଁ ଫିନଲାଣ୍ଡ ଏହି ସମ୍ମାନର ଅଧିକାରିଣୀ ହୋଇଛି । ତାଲିକାର ୧୨୬ତମ ସ୍ଥାନରେ ଭାରତ ରହିଛି । ପ୍ରାଚୁର୍ଯ୍ୟଭରା ସୁଖାନୁଭୂତି କାରଣରୁ ସେଠାରେ ପୁରୁଷ ଓ ମହିଳାମାନେ ଅଧିକ ବୟସ ବଂଚି ପାରୁଛନ୍ତି ।

ନିକଟରେ ପ୍ରକାଶିତ ସୁଖମୟ ରିପୋର୍ଟ ୨୦୨୪ରେ ପ୍ରଥମ ୧୦ଟି ଦେଶ ଭିତରେ ଡେନମାର୍କ, ଆଇସଲାଣ୍ଡ, ସ୍ୱିଡେନ୍‌, ଇସ୍ରାଏଲ, ନେଦରଲାଣ୍ଡ, ନରୱେ, ଲକ୍ସେମବର୍ଗ, ସ୍ୱିଜରଲାଣ୍ଡ ଓ ଅଷ୍ଟ୍ରେଲିଆ ରହିଛି । ଭାରତ ପଛକୁ ପଛ ରହିଛନ୍ତି ଲିବ୍ୟା, ଇରାକ, ପାଲେଷ୍ଟାଇନ ଓ ନାଇଜେର ଭଳି ଦେଶଗୁଡ଼ିକ ।

୨୦୧୨ ମସିହାରୁ ପ୍ରକାଶ ପାଇ ଆସୁଥିବା ସୁଖୀ ରିପୋର୍ଟରେ ପ୍ରଥମ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ୨୦ଟି ରାଷ୍ଟ୍ର ଭିତରୁ ବାଦ ପଡ଼ିଛି ।