ତ୍ୱଚା ପାଇଁ ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ କର୍ମ ବ୍ୟସ୍ତତା ଓ ସମୟର ଅଭାବ ହେତୁ ସଭିଏଁ ମୁହଁର ଠିକ ଭାବେ ଯତ୍ନ ନେଇପାରିନଥାଆନ୍ତି। ଏହାସହ ଦାଗ, ବ୍ରଣ ସଭିଁଙ୍କ ପାଇଁ ମଧ୍ୟ ବିରାଟ ସମସ୍ୟା ପାଲଟିଛି। ନିଜ ପାଇଁ ସ୍ୱଳ୍ପ ସମୟ ଦେଇ ଆପଣ ସାଧାରଣ ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

କଦଳୀକୁ ଚକଟି ଏଥିରେ କ୍ଷୀର ମିଶାନ୍ତୁ । ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ। ଯେଉଁ ସମୟରେ ଏହା ଭଲ ଭାବେ ଶୁଖିଯିବ ମୁହଁ ଧୋଇ ଦିଅନ୍ତୁ । ସପ୍ତାହକୁ ୨ ରୁ ୩ଥର ଏହାକୁ ବ୍ୟବହାର କଲେ ମୁହଁ କୋମଳ ଓ ଗୋରା ହୋଇଥାଏ । ବେସନରେ କ୍ଷୀର, ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।

ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।

ଏକ ଅଣ୍ଡା, ୨ ଚାମଚ ସୋୟାବିନ ଗୁଣ୍ଡ, ୨ ଚାମଚ ମହୁ , ୧ ଚାମଚ କ୍ଷୀର ସରକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଏହା ମୁହଁ ପାଇଁ ଆଶୀର୍ବାଦ ଠାରୁ କମ ନୁହେଁ ।