ତ୍ୱଚା ପାଇଁ ଆପଣାନ୍ତୁ ଏହି ଟିପ୍ସ

ହର୍ବାଲ୍ ଜିନିଷଗୁଡ଼ିକ ମୁଖ୍ୟତଃ ସହଜରେ ଘରେ ହାତ ପାହାନ୍ତାରେ ମିଳିଯାଇଥାଏ । ଏହାକୁ ବ୍ୟବହାର କରିବା ମଧ୍ୟ ସହଜ । ଏହା ବ୍ୟତୀତ କୌଣସି ପାର୍ଶ୍ୱ ପ୍ରତିକ୍ରିୟାର ମଧ୍ୟ ଭୟ ନଥାଏ । କିପରି ବ୍ୟବହାର କରିବେ ଜାଣନ୍ତୁ । ସେହିପରି ଚନ୍ଦନ ପାଉଡର, ଗୋଲାପ ଜଳ ଓ କ୍ଷୀରରେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁ ଓ ବେକରେ ଲଗାଇ ୧୫ ମିନିଟ୍ ଶୁଖିବାକୁ ଛାଡ଼ି ଦିଅନ୍ତୁ । ପେଷ୍ଟ ଶୁଖିଯିବା ପରେ ନଖ ଉଷୁମ ପାଣିରେ ମୁହଁ ଭଲଭାବେ ଧୋଇ ନିଅନ୍ତୁ ।

ଗୋଟିଏ ବଡ଼ ଟମାଟକୁ ଛୋଟ ଛୋଟ ଖଣ୍ଡ କରି କାଟି ଏହାକୁ ପେଷ୍ଟ କରି ଦିଅନ୍ତୁ । ଟମାଟ ପେଷ୍ଟରେ ମହୁ ମିଶାଇ ମୁହଁରେ ଲଗାନ୍ତୁ । ଏହା ତ୍ୱଚାରେ ଚମକ ଆଣିଥାଏ । ବିଟକୁ ଛୋଟ ଛୋଟ ଖଣ୍ଡ କରି କାଟି ଏହାକୁ ଭଲଭାବେ ପେଷ୍ଟ କରି ଦିଅନ୍ତୁ । ପାଞ୍ଚ ମିନିଟ ପର୍ଯ୍ୟନ୍ତ ବିଟ୍ ପେଷ୍ଟକୁ ମୁହଁରେ ମସାଜ୍ କରନ୍ତୁ । ପେଷ୍ଟ ଶୁଖିଯିବାର ୧୦ ମିନିଟ୍ ପରେ ମୁହଁକୁ ସାବୁନରେ ଧୋଇ ଦିଅନ୍ତୁ ।