ଭାବନ୍ତୁ, ମହାଦେବ ଆମ ଗହଣରେ ରହୁଥିଲେ, କୋଉଠି ଦର୍ଶନ ମିଳୁଥାନ୍ତା

ଦେବ ଦେବ ମହାଦେବ ପ୍ରଚାର ପ୍ରସାରଠାରୁ ବହୁ ଦୂରରେ ରହିବାକୁ ଭଲ ପାଆନ୍ତି । ପାହାଡ଼ ପର୍ବତ ଓ ନିକାଂଚନ ଜାଗା ତାଙ୍କର ଭାରି ପସନ୍ଦ । ତେଣୁ ତାଙ୍କର ଦର୍ଶନ ପାହାଡ଼ିଆ ଇଲାକା ହିମାଚଳ ଅବା ଉତରାଖଣ୍ଡର କୌଣସି ଅଂଚଳରେ ମିଳୁଥାନ୍ତା । ମହାଦେବ ମୁଣ୍ଡରେ ଜଟା ଧାରଣ କରିଥାନ୍ତେ । ବେକରେ ରୁଦ୍ରାକ୍ଷ ମାଳଟିଏ ପକାଇଥାନ୍ତେ । ତାଙ୍କର ଗୋଟିଏ ଛୋଟିଆ ଆଶ୍ରମଟିଏ ଥାନ୍ତା । ଦୀନଦୁଃଖୀଙ୍କ କଥାକୁ ସେ ଧ୍ୟାନର ସହିତ ଶୁଣିବା ପରେ ସବୁ କିଛି ନିରବରେ ସହିଯିବାକୁ କହୁଥାନ୍ତେ । ସହି ନପାରିଲେ ସବୁ କିଛି ଧ୍ୱଂସ କରିବାକୁ ପରାମର୍ଶ ଦେଇଥାନ୍ତେ ।