ଦୈନିକ ଜନ୍ମ ଗ୍ରହଣ କରୁଛନ୍ତି ୨ ଲକ୍ଷ ୩୨ ହଜାର

ସାରା ବିଶ୍ୱରେ ଦୈନିକ ପ୍ରାୟ ୨ ଲକ୍ଷ ୩୨ ହଜାରରୁ ଅଧିକ ପିଲା ଜନ୍ମ ଗ୍ରହଣ କରୁଛନ୍ତି । ପ୍ରାଣ ହରାଉଛନ୍ତି ୧ ଲକ୍ଷ ୯ ହଜାରରୁ ଅଧିକ । ଜନ୍ମ ତୁଳନାରେ ମୃତ୍ୟୁ ହାର କମିଯିବା ଫଳରେ ଆନ୍ତର୍ଜାତିକ ସ୍ତରରେ ଜନସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ଏବେ ପୃଥିବୀର ଜନସଂଖ୍ୟା ୮୨୨ କୋଟି ୪୦ କୋଟିରୁ ଅଧିକ । ପ୍ରତିବର୍ଷ ପ୍ରାୟ ୨ କୋଟି ୬୮ ଲକ୍ଷ ବୃଦ୍ଧି ପାଉଛନ୍ତି । ସେହି ତୁଳନାରେ ଖାଦ୍ୟଶସ୍ୟ,  ସ୍ୱାସ୍ଥ୍ୟସେବା, ଅତ୍ୟାବଶ୍ୟକ ସେବା ମଧ୍ୟ ବୃଦ୍ଧି ପାଉଛି ।

ଏବେ ବହୁ ଦେଶରେ ଅପପୁଷ୍ଟି ହାର ଉଦବେଗଜନକ ଭାବେ ବୃଦ୍ଧି ପାଉଛି । ଆନ୍ତର୍ଜାତିକ ସ୍ତରରେ ଖାଦ୍ୟଭାବ ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି । ଅପପୁଷ୍ଟି ହାରକୁ କମାଇବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଯାବତୀୟ ଚେଷ୍ଟା ଚାଲିଛି । ମାତ୍ର ଗୋଦରା କୋଡେ ଯେତେ ମାଡେ଼ ସେତେ ପରିସ୍ଥିତି ବିଶ୍ୱ ଅପପୁଷ୍ଟି ଓ ମହାମାରୀକୁ ରୋକିବାକୁ ବିଫଳ ହୋଇଛି ।