ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି କ୍ରିକେଟର ମହମ୍ମଦ ଶାମି । ଆଇପିଏଲ୍ ସଂସ୍କରଣର ଆଗାମୀ ମ୍ୟାଚ୍ ଲକ୍ଷ୍ନୌ ସୁପର ଜାଏଂଟ୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହେବ । ତା’ ପୂର୍ବରୁ ମହମ୍ମଦ ଶାମୀ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଭେଟିବାର ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ମାତ୍ର ସବୁ ମନଗଢ଼ା ଖବରକୁ ଏଡ଼ାଇ ଯାଇ ମହମ୍ମଦ ଶାମୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ସହିତ ତାଙ୍କର ସାକ୍ଷାତ ଏକ ଔପଚାରିକତା ମାତ୍ର । ଆଦିତ୍ୟନାଥ ମଧ୍ୟ ଗଣମାଧ୍ୟମକୁ ବେଶି କିଛି କହିନାହାନ୍ତି ।