କରୋନା କବଳରେ ଭାରତ: ଲୋକଙ୍କୁ ସତର୍କ ରହିବାକୁ କହିଲେ ଓଡ଼ିଶା ସରକାର

ଏସିଆକୁ କଲବଲ କଲାଣି କରୋନା ଭୂତାଣୁର ନବରୂପ । କରୋନାର ପରପିଢି ଓମିକ୍ରନ, ଓମିକ୍ରନର ନୂଆ ଅବତାର ହେଉଛି ଜେଏନ୍‌-୧ । ଭାରତର ବାଣିଜ୍ୟ ରାଜଧାନୀ ମୁମ୍ବାଇରେ ପାଦ ଥାପିଲାଣି ଜେଏନ୍‌-୧ । କରୋନାର ଏହି ନୂଆ ଅବତାରକୁ ଚିହ୍ନିବା ବେଳକୁ ଦୁଇଜଣ ଲୋକ ମଲେଣି । ଅଭିନେତ୍ରୀ ଶିଳ୍ପା ଶିରୋଦକରଙ୍କ ନିକଟରେ କରୋନା ଭୂତାଣୁ ଚିହ୍ନଟ କରାଯାଇଛି ।

ଭାରତ ସରକାରଙ୍କ ପକ୍ଷରୁ ସବୁ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ସେହି ପରିପ୍ରେକ୍ଷୀରେ ରାଜ୍ୟର ମୋହନ ସରକାର ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ବିଶେଷ କରି ଜନଗହଳି ନିକଟରୁ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି । ମାସ୍କ ଧାରଣ ଓ ଘରକୁ ଫେରିବା ପରେ ସାନିଟାଇଜେସନ୍‌ କରିବାକୁ କୁହାଯାଇଛି ।

କରୋନା କବଳରୁ ସୁରକ୍ଷିତ ରହିବାକୁ ହେଲେ ସତର୍କତା ଅବଲମ୍ବନ ହିଁ ଏକମାତ୍ର ସୁରକ୍ଷିତ ଉପାୟ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଉପଦେଶ ପ୍ରଦାନ କରିଛି ।