୨୪ ଘଣ୍ଟା ଭିତରେ ବର୍ଷାରେ ଭିଜିବ ଓଡ଼ିଶା

ସାରା ଓଡ଼ିଶାକୁ ଦହଗଞ୍ଜ କରୁଛି ତାତି । ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ପୁରୀ, କୋରାପୁଟ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଯୁଆଡେ଼ ଯିବ, ଟାଇଁ ଟାଇଁ ଖରାରୁ ନିସ୍ତାର ନାହିଁ । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଲୋ ଭୋଲଟେଜ ଓ ବିଦ୍ୟୁତ କାଟ ଲୋକଙ୍କ ଜୀବନକୁ ଘାଂଟୁଛି । ଲୋକମାନେ ରାତିରେ ଶୋଇ ପାରୁନାହାନ୍ତି ।

ତା’ରି ଭିତରେ ବଙ୍ଗୋପ ସାଗରରେ ଲଘୁଚାପ ଦାନା ବାନ୍ଧିବାର ଖବର ପାଇବା ପରେ ଉପକୂଳ ଓଡ଼ିଶାର ଲୋକମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । ଆଗାମୀ ୨୪ ଘଂଟା ଭିତରେ ଉତର ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଅବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ।

କେତୋଟି ସ୍ଥାନରେ କାଳବୈଶାଖୀର ରୌଦ୍ରରୂପ ଦେଖିବାକୁ ମିଳିପାରେ ।   ଶୁଖିଲା ବଜ୍ରପାତ ଆଶଙ୍କା କରାଯାଉଛି । ଆଗାମୀ ୬/୭ ଦିନ ଭିତରେ ତାତି କମିବାର ଲକ୍ଷଣ ଦେଖାଯାଉନି । ରାତିରେ ହଠାତ୍‌ ଧୂମାଳ ହୋଇପାରେ । ମାତ୍ର ଦିନରେ ରାଜ୍ୟର ଅଧିକାଂଶ ସହରରେ ତାତି ପ୍ରାୟ ୪୦ ଡିଗ୍ରୀ ସେଲସିୟସ୍‌ ରହିବ ।