ଭୋକ ବଢ଼ାଇବା ପାଇଁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ଜିନିଷ, ଆସନ୍ତୁ ଜାଣିବା….

ପାଚନକ୍ରିୟାରେ ଅସୁବିଧା,ଛାତି ପୋଡ଼ିବା,ଏସିଡ଼ିଟି ବା ଗ୍ୟାସ୍‌ର ସମସ୍ୟା ଠିକ୍‌….

ପାଚନକ୍ରିୟାରେ ଅସୁବିଧା,ଛାତି ପୋଡ଼ିବା,ଏସିଡ଼ିଟି ବା ଗ୍ୟାସ୍‌ର ସମସ୍ୟା ଠିକ୍‌ ସମୟରେ ଖାଦ୍ୟ ନ ଖାଇବା ଦ୍ୱାରା ହୋଇଥାଏ । ଏସବୁ ସମସ୍ୟା ଦେଖା ଗଲେ ଭୋକ ମଧ୍ୟ ଲାଗି ନଥାଏ । ଭୋକ ନ ଲାଗିବା ଦ୍ୱାରା ଆପଣ ଖାଦ୍ୟ ସେବନ କରନ୍ତି ନାହିଁ । ଯାହାଦ୍ୱାରା ଆପଣଙ୍କ ଶରୀରକୁ ଖାଦ୍ୟର ପୋଷଣ ମିଳି ପାରି ନଥାଏ ।

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ସମୟରେ ଠିକ୍‌ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । କିନ୍ତୁ ସେଥିପାଇଁ ଭୋକ ଲାଗିବା ମଧ୍ୟ ଆବଶ୍ୟକ । ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ,ତେବେ ଆଜିଠାରୁ ଏ ସବୁ ଜିନିଷ ଖାଇବା ଆରମ୍ଭ କରନ୍ତୁ ।

ଦିନରେ ଦୁଇଥର ଟମାଟୋରେ କଳା ଲୁଣ ପକାଇ ଚାଟିବା ଦ୍ୱାରା ପାଚନକ୍ରିୟା ଠିକ୍‌ ହୋଇ ଯାଇଥାଏ । ଯାହାଦ୍ୱାରା ଆପଣଙ୍କୁ ଭୋକ ଲାଗିବା ସହ ଆପଣ ଠିକ୍‌ ଭାବରେ ଖାଇବା ଆରମ୍ଭ କରି ପାରିବେ । ଆପଣଙ୍କୁ ଭୋକ ଲାଗୁ ନାହିଁ, ତେବେ ପ୍ରତିଦିନ ଗୋଟେ ଗ୍ଲାସ ସେଓଫଳର ରସ ପିଇବା ଆରମ୍ଭ କରନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣଙ୍କ ଭୋକ ନ ଲାଗିବା ସମସ୍ୟା ଦୂରେଇ ଯିବ ।