ଦହିର ଉପକାରିତା ବିଷୟରେ ଜାଣନ୍ତୁ…

ସାଧାରଣତଃ ଦହିକୁ ଆମେ ଖାଇବା ସହ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାଉ। ଦହି ପ୍ରୋବାୟୋଟିକ ହୋଇଥିବାରୁ ଏହା ପେଟ ସମସ୍ୟା ଭଲ କରିବା ସହ ପାଚନ କ୍ରିୟାକୁ ମଧ୍ୟ ତ୍ୱରିତ କରିଥାଏ। ଦହି ଖାଇବା ଦ୍ୱାରା ଗ୍ୟାସ୍‌ ପରି ସମସ୍ୟା ହୋଇ ନ ଥାଏ। ଏଥିରେ ଥିବା ବ୍ୟାକ୍ଟେରିଆ ଶରୀର ଲାଗି ଖୁବ୍‌ ଲାଭପ୍ରଦ ହୋଇଥାଏ। ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍‌ ବି ୬ ଓ ବି ୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଫଳପ୍ରଦ। ଦହିରେ ଥିବା ପୋଟାସିୟମ ପାଚନ ତନ୍ତ୍ର ଠିକ୍‌ରେ କାମ କରିବାରେ ସାହାଯ୍ୟ କରିଥାଏ।