କମଳାର ଲାଭଦାୟିକ ଗୁଣ ଜାଣନ୍ତୁ…

ଏହା ଶରୀରରୁ ଅତିରିକ୍ତ ଚର୍ବି ଖସାଇବା କାମରେ…

କମଳା ଖାଇବାକୁ କାହାକୁ ବା ଭଲ ଲାଗେନା! ଏହାର ଖଟାମିଠା ସ୍ବାଦ ସଭିଙ୍କୁ ଭଲ ଲାଗିଥାଏ। କେବଳ ସ୍ବାଦ ପାଇଁ ଯେ କମଳା ଖାଇବା ଉଚିତ ତାହା ନୁହେଁ, ଆହୁରି ଅନେକ କାରଣ ରହିଛି ଯେଉଁଥିପାଇଁ ଆମକୁ ଏହି ଫଳ ଖାଇବା ଜରୁରୀ। ଯାହାକି ଆପଣଙ୍କ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ଥଣ୍ଡା, ଜ୍ବର କିମ୍ବା ଡାଇରିଆ ‌ଆଦି ହେବା ପରେ ଶରୀର ଖୁବ୍ ଦୁର୍ବଳ ଲାଗିଥାଏ। ସେହି ସମୟରେ କମଳା ଖାଇବା ଖୁବ୍ ଜରୁରୀ। ଫଳ ଓ ପରିବା କେବଳ ଶରୀରକୁ ପୋଷଣ ଦେବାରେ ନୁହେଁ ବରଂ ଅନେକ ସମୟରେ ଏହା ଶରୀରରୁ ଅତିରିକ୍ତ ଚର୍ବି ଖସାଇବା କାମରେ ବି ଆସିଥାଏ। କମଳା ସେଥିମଧ୍ୟରୁ ଅନ୍ୟତମ।