ରାମଫଳର ଲାଭ ଦାୟିକ ଗୁଣ ଜାଣନ୍ତୁ

ରାମଫଳ ଔଷଧ ପରି କାର୍ଯ୍ୟ କରିଥାଏ…..

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦୈନନ୍ଦିନ ଡାଏଟ୍‌ରେ ଫଳ ଓ ପରିବା ସାମିଲ କରିବା ଗୁରୁତ୍ୱପୂର୍ଣ୍ଣ। ଡାଏଟ୍‌ରେ ଫଳ ସାମିଲ କରୁଥିଲେ ରାମଫଳ ନିଶ୍ଚିତ ରଖନ୍ତୁ। ଏହି ଫଳ ଖାଇଲେ ଶରୀରରେ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍‌ କ୍ଷମତା ବୃଦ୍ଧି ହୋଇଥାଏ। ଏହା ବ୍ୟତୀତ ରାମଫଳରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି।

ଡାଇବେଟିସ୍ ରୋଗୀମାନେ ସର୍ବଦା କ’ଣ ଖାଇବା ଉଚିତ ଓ ଅନୁଚିତ, ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥା’ନ୍ତି। ସେମାନଙ୍କ ପାଇଁ ରାମଫଳ ଔଷଧ ପରି କାର୍ଯ୍ୟ କରିଥାଏ। ରକ୍ତରେ ଗ୍ଲୁକୋଜ୍‌ର ମାତ୍ରାକୁ କମ୍‌ କରିବା ପାଇଁ ରାମଫଳ ସାହାଯ୍ୟ କରିଥାଏ। ଏହା ସହିତ ରାମଫଳରେ ଆଣ୍ଟି-କ୍ୟାନସର୍‌ ତତ୍ତ୍ୱ ମଧ୍ୟ ରହିଛି।

ଯଦି ଆପଣଙ୍କ କେଶ ଝଡୁଛି କିମ୍ୱା ମୁହଁରେ ବ୍ରଣ ସମସ୍ୟା ରହିଛି, ତେବେ ରାମଫଳ ଏଥିପାଇଁ ଖୁବ୍‌ ଉପକାରୀ। ଏଥିରେ ଥିବା ଭିଟାମିନ୍‌ ସି ଉଭୟ କେଶ ଓ ତ୍ୱଚା ପାଇଁ ଭଲ।