ଦୁର୍ଗା ପୂଜା ନେଇ କେନ୍ଦୁଝର ସହର ଚଳ ଚଞ୍ଚଳ

ଆଉ ମାତ୍ର ଦିନ କେଇଟା ପରେ ମା ଧରାବତଣ କରିବାକୁ ଥିବା ବେଳେ….

କେନ୍ଦୁଝର : ଦୁର୍ଗାପୂଜାରେ ଏଥର ଝଲସିବ କେନ୍ଦୁଝର ସହର । ଏଥର ସହରର ସର୍ବପୁରାତନ ୫ଟି ପୂଜାମଣ୍ଡପରେ ମାଦୁର୍ଗାଙ୍କର ପୂଜାର୍ଚ୍ଚନା ଜାକଜମକରେ ହେବା ସହ , ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେବେ ଦର୍ଶକ । କେନ୍ଦୁଝରରୁ ଦେଖିବା ଏହି ରିପୋର୍ଟ । ଭି.ଓ.୧- ଆଉ ଦିନ କେଇଟା ପରେ ଧରାବତରଣ କରିବେ ମାଦୁର୍ଗା । ଏନେଇ ମୂର୍ତ୍ତି କାରିଗର ଦିନ ତମାମ ମୂର୍ତି ନିର୍ମାଣ ରେ ଲାଗିପଡିଥିବା ବେଳେ ଦୀର୍ଘ ୨ବର୍ଷ ପରେ କୋରୋନା କଟକଣା ପରେ ଏବର୍ଷ ଜାକଜମକରେ ପାଳିତ ହେବ ଦୁର୍ଗାପୂଜା ।

ଯାହାକୁ ନେଇ ମୂର୍ତ୍ତି କାରିଗର ଙ୍କ ସହ ସହରବାସୀ ଏବେ ବେଶ ଖୁସି ରେ ଥିବା କହିଛନ୍ତି । ଦୁର୍ଗା ପୂଜା ମାଦୁର୍ଗାଙ୍କ ଆବାହନ ପାଇଁ କେନ୍ଦୁଝର ସହର ଏବେ ଚଳଚଞ୍ଚଳ ହୋଇ ଉଠିଛି । କେନ୍ଦୁଝର ରାଜାଙ୍କ ଦ୍ଵାରା ଆରମ୍ଭ ହୋଇଥିବା ପୁରୁଣା ସହରର ଦୁର୍ଗାପୂଜା ଏ ବର୍ଷ ୭୩ ବର୍ଷରେ ପଦାର୍ପଣ କରିଛି । ସେହିପରି, ୬୪ ବର୍ଷରେ ପଦାର୍ପଣ କରିଥିବା ଆଟୋପୁର ସାର୍ବଜନୀନ ଦୁର୍ଗାପୂଜାରେ ମାଙ୍କର ପୂଜାର୍ଚ୍ଚନା ରୀତିନୀତି ସହକାରେ କରାଯିବାକୁ ପ୍ରାଧାନ୍ୟ ଦିଆଯାଇଥିବା କହିଛନ୍ତି ଆୟୋଜକ ।

ବାଇଟ-୧- ନିରଞ୍ଜନ ମହାପାତ୍ର
(ମୂର୍ତ୍ତି କାରିଗର)

ବାଇଟ ୨ – ସଂଗ୍ରାମ ଦାସ, ସଭାପତି, ସାର୍ବଜନୀନ ଦୁର୍ଗାପୂଜା କମିଟି, ପୁରୁଣା ସହର ।

ବାଇଟ ୩- ସନ୍ଦିପ କୁମାର ବେହେରା, ସମ୍ପାଦକ, ଆଟୋପୁର ସାର୍ବଜନୀନ ଦୁର୍ଗାପୂଜା କମିଟି ।

ଭି.ଓ.୨- ସେହିପରି, ୧୯୭୪ ମସିହାରୁ ଆରମ୍ଭ ହୋଇଥିବା ପୋଲିସ ରିଜର୍ଭ ପଡିଆର ସାର୍ବଜନୀନ ଦୁର୍ଗାପୂଜା, ୩ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅତ୍ୟନ୍ତ ଜାକଜମକର ସହ ପାଳନ କରାଯିବ । ସମସ୍ତ ପୂଜା ମଣ୍ଡପର ତୋରଣ, ମୂର୍ତ୍ତି ଓ ମେଢ଼ ସାଜସଜ୍ଜା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ମାତ୍ର ଦିନ କେଇଟା ପରେ ମା ଧରାବତଣ କରିବାକୁ ଥିବା ବେଳେ, ମାଙ୍କୁ ଦର୍ଶନ କରିବାକୁ ଅପେକ୍ଷା କରି ରହିଛନ୍ତି ଶ୍ରଦ୍ଧାଳୁ । ଦୁର୍ଗାପୂଜା ଶାନ୍ତିଶୃଙ୍ଖଳାରେ ସମ୍ପନ୍ନ ହେବା ପାଇଁ ସହରରେ ୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି କେନ୍ଦୁଝର ଏସପି ।

ବାଇଟ-୦୪-ଅନୀଲ ସେଣ୍ଡ ( ସଭାପତି, ହାବିଲଦାର ଓ କନେଷ୍ଟବଳ ସଂଘ)

ବାଇଟ ୪- କିରଣବାଳା ନାଏକ, ଶ୍ରଦ୍ଧାଳୁ ।

ବାଇଟ ୫- ମିତ୍ରଭାନୁ ମହାପାତ୍ର, ଏସପି, କେନ୍ଦୁଝର ।

ଫାଭିଓ- ପ୍ରତୀକ୍ଷାର ଅନ୍ତ ଘଟିବ। ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଦୁର୍ଗେ ଦୁର୍ଗତୀନାଶିନୀ ମାଦୁର୍ଗା ।