ଆତର ଉପକାରିତା ବିଷୟରେ ଜାଣନ୍ତୁ…

ଆତ ଶରୀର ପାଇଁ ଏକ ଲାଭକାରୀ ଫଳ। ଏଥିରେ ଆଣ୍ଟି- ଅକ୍ସିଡାଣ୍ଟ୍‌ ଓ ଭିଟାମିନ୍‌ ‘ସି’ ଭରି ରହିଛି। ଏଥିରେ କ୍ୟଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌, ପୋଟାସିୟମ୍‌ ପ୍ରଚୁର ପରିମାଣରେ ରହିଛି। ଆସନ୍ତୁ ଜାଣିବା ଆତ ଖାଇବା ଦ୍ୱାରା କେଉଁ ଲାଭ ହୋଇଥାଏ।

ଆତରେ ଭିଟାମିନ୍‌ ‘ଏ’ ପ୍ରଚୁର ମାତ୍ରାରେ ରହିଛି। ଯାହା କେଶ ଓ ତ୍ୱଚା ପାଇଁ ଲାଭକାରୀ। ଆତ ଖାଇଲେ ଆପଣଙ୍କ ବୟସ କମ୍‌ ଦେଖା ଯିବା ସହିତ ଦାନ୍ତ ମୂଳରେ ହେଉଥିବା ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ।

ସୁସ୍ଥ ଭାବରେ ଓଜନ ବଢ଼ାଇବା ପାଇଁ ଆପଣ ଆତ ଖାଇପାରିବେ। ଏଥିରେ ଶରୀର ପାଇଁ ଉପକାରୀ ଫ୍ୟାଟସ୍‌ ରହିଛି। ତେଣୁ ଆପଣ ମୋଟା ହେବା ପାଇଁ ଚାହୁଁଥିଲେ, ଏହାକୁ ଖାଇପାରିବେ।