ଆମ୍ବର ଔଷଧୀୟ ଗୁଣ ଜାଣନ୍ତୁ…

ଖରା ଦିନରେ ଏହି ଫଳ ବଜାରରେ ପସରା ମେଲାଇଥାଏ । ଭାରତୀୟ ସଂସ୍କୃତି ସହ ଓତୋପ୍ରୋତଃ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ଏହି ଫଳରେ ରହିଛି ଅନେକ ଔଷଧୀୟ ଗୁଣ । ଆମ୍ବରେ ପ୍ରାୟ ୨୦ ଟି ବିଭିନ୍ନ ଖଣିଜ ପଦାର୍ଥ ଏବଂ ଭିଟାମିନ୍ ଥାଏ । ଉଭୟ କଂଚା ଓ ପାଚିଲା ଆମ୍ବରେ ପୌଷ୍ଟିକ ତତ୍ୱ ଭରପୁର ଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତିରେ ସାହାଯ୍ୟ କରିଥାଏ। ଏସିଡିଟି ସମସ୍ୟା ଥିଲେ କଞ୍ଚା ଆମ୍ବ ଖାଇବା ଖୁବ ଲାଭଦାୟକ ହୋଇଥାଏ । ପେଟରେ ସମସ୍ତ ପ୍ରକାର ବିକାର ଦୂର ହୋଇଥାଏ । କଞ୍ଚା ଆମ୍ବ ନିୟମିତ ଖାଇବା ଫଳରେ ତ୍ୱଚା ଉଜ୍ୱଳ ହୁଏ ।