ଯସୱାଲଙ୍କୁ ମିଳିଛି ଆଇସିସିର ବଡ଼ ପୁରସ୍କାର।

ଆଇପିଏଲ ୨୦୨୪ ପୂର୍ବରୁ ଟିମ୍ ଇଣ୍ଡିଆର ଧୂଆଁଧାର ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୈସୱାଲଙ୍କୁ ପାଇଁ ଖୁସି ଖବର ଆସିଛି । ଇଂଲଣ୍ଡ ବିରୋଧରେ ୫ଟି ଟେଷ୍ଟ ମ୍ୟାଚ୍ ସିରିଜ ଖେଳି ସେ ୨ଥର ଦ୍ବିଶତକ କରିଥିଲେ । ୨୨ ବର୍ଷୀୟ ଯଶସ୍ୱୀଙ୍କୁ ଆଇସିସି ପକ୍ଷରୁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ସେ ମ୍ୟାନ ଅଫ ଦି ସିରିଜ ପୁରସ୍କାର ଜିତିଥିଲେ। ତେଣୁ ତାଙ୍କୁ ଫେବୃଆରୀ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାରରେ ଆଇସିସି ସମ୍ମାନୀତ କରିଛି ।