କ୍ଷୀରରେ ମିଶାଇ ପିଅନ୍ତୁ ଏହି ମସଲା ; ମିଳିବ ଏହି ସବୁ ଫାଇଦା

ବିଭିନ୍ନ ମସଲା ଶରୀରରୁ ଅନେକ ରୋଗ ଦୂର କରିଥାଏ। ଏହାର ନିୟମିତ ସେବନ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ସେଭଳି କେତେକ ମସଲା ମଧ୍ୟରୁ ଗୋଟିଏ ହେଉଛି ଗୋଲମରିଚ। ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଅନେକ ଔଷଧୀୟ ଗୁଣରେ ଭରପୁର ଗୋଲମରିଚ। ଆକାରରେ ଛୋଟ ହେଲେ ମଧ୍ୟ ଏହାର ଗୁଣ ଅନେକ। ଏଥିରେ ଆଣ୍ଟିମାଇକ୍ରୋବିୟଲ, ଆଣ୍ଟିଇନଫ୍ଲେମେଟରୀ, ଆଣ୍ଟିବ୍ୟାକ୍ଟେରିୟଲ ଭଳି ଅନେକ ଗୁଣ ରହିଛି।

ଏହା ରୋଗ ସହ ଲଢିବାରେ ମଧ୍ୟ ବେଶ ସହାୟକ ହୋଇଥାଏ। କ୍ଷୀରରେ ଗୋଲମରିଚ ମିଶାଇ ପିଇବା ଦ୍ୱାରା ହୃଦୟ ସୁସ୍ଥ ରହିବା ସହ ହୃଦୟ ଜନିତ ଅନେକ ରୋଗ ଦୂର ହୋଇଥାଏ। ଏହାକୁ ନିୟମିତ ସେବନ କରିବା ଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ।

କ୍ଷୀର ଓ ଗୋଲମରିଚ ଉଭୟ ଔଷଧୀୟ ଗୁଣରେ ଭରପୁର। କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ, ଭିଟାମିନ ବି୨, ବି୧୨,ଭିଟାମିନ ଡି, ଜିଙ୍କ, ପୋଟାସିୟମ, ଫସଫରସ ଆଦି ରହିଛି। ଗୋଲମରିଚକୁ କ୍ଷୀରରେ ମିଶାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।