ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡିଲା କେମିତି!

ରାଗିଲେ ବଳଭଦ୍ର, ଛିଣ୍ଡିଲା ରଥଦଉଡ଼ି

ପୁରୀ: ବାହୁଡ଼ା ଦିନ ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡିବା କାରଣରୁ ଜଣେ ସେବାୟତଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି । ତା’ ସହିତ ଆହୁରି କିଛି ଲୋକ ଖଣ୍ଡିଆ ଖାବରା ହୋଇଥିବାର ଖବର ମିଳିଛି। ଏହାବାଦ ରଥଟଣା ସମୟରେ ଅଣନିଶ୍ୱାସୀ ହୋଇ କିଛି ଶ୍ରଦ୍ଧାଳୁ ଆହତ ହୋଇଥିବାର ଜଣାପଡ଼ିଛି।

ରଥଯାତ୍ରା ଦିନ ମହାପ୍ରଭୁ ଜଗନ୍ନାଥଙ୍କୁ ରଥ ଉପରକୁ ଉଠାଉଥିବା ସମୟରେ ଚାରା ଛିଣ୍ଡି ଯାଇଥିଲା । ଫଳରେ ମହାପ୍ରଭୁ ପଡ଼ି ଯାଇଥିଲେ, ତାଙ୍କ ସହିତ କିଛି ସେବାୟତ ମଧ୍ୟ ତଳେପଡ଼ି ଯାଇଥିଲେ। ରଥଟଣା ସମୟରେ ଏଭଳି ଛୋଟଛୋଟ ଦୁର୍ଘଟଣା ଘଟିବା ସ୍ୱାଭାବିକ ବୋଲି କୁହାଯାଉଛି ।

ମାତ୍ର କିଛି ଧାର୍ମିକ ପରାୟଣ ଲୋକ କଟାକ୍ଷ କରି କହିଛନ୍ତି, ରଥ ଦଉଡ଼ି ଛିଣ୍ଡିବା ଘଟଣା ସାମାନ୍ୟ ନୁହେଁ । ଗୁଣାତ୍ମକ ମାନର ଦଉଡ଼ି ତିଆରି କରି ରଥରେ ଲଗା ଯାଉଥିବା କଥା ସରକାର କହୁଛନ୍ତି, କିନ୍ତୁ ସେ ଦଉଡ଼ି ଛିଣ୍ଡିଲା କେମିତି? କଥାରେ ପେଁଚ ଅଛି।