ବାହାନଗା ଟ୍ରେନ୍ ଦୁର୍ଘଟଣା: ଆସିଲା ୨୯ଜଣଙ୍କ ଡିଏନଏ ରିପୋର୍ଟ

ବାଲେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆସିଛି ମୃତକଙ୍କ ଡିଏନଏ ରିପୋର୍ଟ । ପ୍ରଥମ ପର୍ଯ୍ୟାୟରେ ୨୯ ଯାତ୍ରୀଙ୍କ ମୃତଦେହ ଭୁବନେଶ୍ୱର ଏମସକୁ ଆସିଛି । ମୋଟ ୭୮ଟି ମୃତଦେହର ସାମ୍ପୁଲ ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିଲା। । ଚିହ୍ନଟ ହୋଇଥିବା ମୃତଦେହର ସମ୍ପର୍କୀୟଙ୍କୁ ଆଜି ଏମସକୁ ଡକାଯାଇଛି । ଆଜି ସକାଳେ ସେହି ସମ୍ପର୍କୀୟମାନେ ଭୁବନେଶ୍ୱର ଏମସରେ ପହଞ୍ଚିଛନ୍ତି । ଆଜି ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।