ଜାତୀୟ ଡାକ୍ତରୀ ପରୀକ୍ଷା ବୋର୍ଡରେ ଡକ୍ଟର ମନସୁଖ ମାଣ୍ଡଭୀୟ ୯ ଟି ପଦକ୍ଷେପ ଆରମ୍ଭ କରିଛନ୍ତି

ମେଡିକାଲ ସାଇନ୍ସ ନ୍ୟାସନାଲ ବୋର୍ଡ ଅଫ୍ ଏକ୍‌ଜାମିନେସନ୍ସ /ଜାତୀୟ ଡାକ୍ତରୀ ପରୀକ୍ଷା ବୋର୍ଡ (ଏନ୍‌ବିଇଏମ୍‌ଏସ୍‌) ର ୪୨ ତମ ପ୍ରତିଷ୍ଠା ଦିବସରେ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଅଧ୍ୟକ୍ଷତା କରିଥିଲେ ଏବଂ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ.ପି. ସିଂହ ଭାଗେଲ, ଏବଂ ନୀତି ଆୟୋଗର ସ୍ୱାସ୍ଥ୍ୟ ବିଭାଗର ସଚିବ ଭି. କେ. ପଲ୍‌ଙ୍କ ଉପସ୍ଥିତିରେ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଆରମ୍ଭ ହୋଇଥିବା ପଦକ୍ଷେପ ଏବଂ ପାଠ୍ୟକ୍ରମ ପାଇଁ ଅନୁଷ୍ଠାନ ତଥା ପରିଚାଳନା ମଣ୍ଡଳୀର ସଦସ୍ୟ ମାନଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ ଗତ ଦୁଇ ବର୍ଷ ମଧ୍ୟରେ ୨୫ ଟି ପାଠ୍ୟକ୍ରମ ପ୍ରଚଳନ କରାଯାଇଛି । ସେ ପ୍ରତିଫଳିତ କରିଥିଲେ ଯେ “ଏହି ଅଭିବୃଦ୍ଧି ଡାକ୍ତରୀ ଛାତ୍ରମାନଙ୍କ ପାଇଁ ଅଧିକ ସୁଯୋଗ ଯୋଗାଇବାରେ ସାହାଯ୍ୟ କରିବ ଏବଂ ଭାରତ ଏକ ଉତ୍ତମ ସମାଜ ଏବଂ ସ୍ୱାସ୍ଥ୍ୟକର ରାଷ୍ଟ୍ରର ଆବଶ୍ୟକତାକୁ ପୂରଣ କରିବା ପାଇଁ ସର୍ବୋତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଏବଂ ବିଶେଷଜ୍ଞ ଡାକ୍ତର ମାନଙ୍କୁ ଏକଜୁଟ କରିବାରେ ସକ୍ଷମ ହୋଇ ଏକ ସୁସ୍ଥ ସମାଜ ଓ ସୁସ୍ଥ ରାଷ୍ଟ୍ର ଗଠନ ଦିଗରେ ଆଗେଇ ଚାଲିଛି ।’

ସେ ଦୋହରାଇ ଥିଲେ ଯେ ଦେଶର ବିକାଶ କ୍ଷେତ୍ରରେ ଚିକିତ୍ସା ଉଦ୍ୟୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ଆଗାମୀ ବର୍ଷରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ତଥା ଗଠନ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଅବଦାନ ରଖିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହେବାକୁ ସେ ଅନୁରୋଧ କରିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ୯ ଟି ପଦକ୍ଷେପ ଆରମ୍ଭ କରିଛନ୍ତି ଯଥା:

୧. ମେଡିସିନ୍‌ରେ ଏନ୍‌ବିଇଏମ୍‌ଏସ୍ ୧୧ ନୂତନ ଫେଲୋସିପ୍ ପାଠ୍ୟକ୍ରମ ।

୨. ଜରୁରୀକାଳୀନ ମେଡିସିନ୍‌ରେ ଏନ୍‌ବିଇଏମ୍‌ଏସ୍ ଡିପ୍ଲୋମା ।

୩. ଏନ୍‌ବିଇଏମ୍‌ଏସ୍ ପରୀକ୍ଷା ନିର୍ଦ୍ଦେଶନା କେନ୍ଦ୍ର ।

୪. କମ୍ପ୍ୟୁଟର ଆଧାରିତ ପରୀକ୍ଷା ପାଇଁ ଏନ୍‌ବିଇଏମ୍‌ଏସ୍ କେନ୍ଦ୍ର ।

୫. ଏନ୍‌ବିଇଏମ୍‌ଏସ୍ ଭଲ କ୍ଲିନିକାଲ୍ ଅଭ୍ୟାସ ନିର୍ଦ୍ଦେଶାବଳୀ (୨ୟ ସଂସ୍କରଣ)

୬. ମିଳିତ ସ୍ୱୀକୃତି କାର୍ଯ୍ୟକ୍ରମ ଏବଂ ଷ୍ଟାଣ୍ଡ-ଏଲୋନ୍ ଲ୍ୟାବ୍ ଏବଂ ଡାଇଗ୍ନୋଷ୍ଟିକ୍ କେନ୍ଦ୍ର ଗୁଡ଼ିକୁ ସ୍ୱୀକୃତି ।

୭. ଏନ୍‌ବିଇଏମ୍‌ଏସ୍ ଦକ୍ଷତା ଏବଂ ଆଭାସୀ ପ୍ରଶିକ୍ଷଣ (ଭର୍ଚୁଆଲ୍ ଟ୍ରେନିଂ) କାର୍ଯ୍ୟକ୍ରମ ।

୮. ଏନ୍‌ବିଇଏମ୍‌ଏସ୍ ଶିକ୍ଷକ ମାନଙ୍କୁ ଅଧ୍ୟାପକ ଆଖ୍ୟା ପ୍ରଦାନ ଆରମ୍ଭ ।

୯. ଏନ୍‌ବିଇଏମ୍‌ଏସ୍ ମେଡିକାଲ୍ ଲାଇବ୍ରେରୀ ।

ପ୍ରଫେସର ଏସ୍‌. ପି. ସିଂହ ଭାଗେଲଙ୍କ ସହ ଡକ୍ଟର ମାଣ୍ଡଭୀୟ ଅନୁସରଣକାରୀ ବର୍ଗରେ ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞ ମାନଙ୍କୁ ପୁରସ୍କୃତ କରିଥିଲେ:

୧. ନାରୀ ଶକ୍ତି ପୁରସ୍କାର ।

୨. ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଉତ୍କର୍ଷ ପୁରସ୍କାର ।

୩. କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଶଂସା ପୁରସ୍କାର ।

୪. ରାଷ୍ଟ୍ରପତି ଏନ୍‌ବିଇଏମ୍‌ଏସ୍ ଉତ୍କର୍ଷ ପୁରସ୍କାର

ଡକ୍ଟର ଭି.କେ. ପଲଙ୍କୁ ରାଷ୍ଟ୍ରପତି ଏନ୍‌ବିଇଏମ୍‌ଏସ୍ ପୁରସ୍କାର ପ୍ରଦାନ କରା ଯାଇଥିଲା ।

ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସେମାନଙ୍କର ସାହସିକତା ପାଇଁ ବିଶେଷକରି ପାରା- ମେଡିକାଲ କର୍ମଚାରୀମାନେ ଅତି ନିକଟତମ ମହଲରେ ସଙ୍କଟର ସମ୍ମୁଖୀନ ହୋଇଥିଲେ ବୋଲି ପ୍ରଶଂସା କରି ରାଜ୍ୟପାହ୍ୟା ମନ୍ତ୍ରୀ କହିଛନ୍ତି ଯେ ଶକ୍ତି କେନ୍ଦ୍ର ଭାବରେ ଭାରତର ଧାରଣାକୁ ବୃଦ୍ଧି କରିବା କ୍ଷେତ୍ରରେ ସେମାନଙ୍କର ଅବଦାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ବସୁଧୈବ କୁଟୁମ୍ବକମ୍ ଏବଂ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ପ୍ରଶଂସା କରି ସେ ଉଲ୍ଲେଖ କରିଥିଲେ ‘ଏହା ଆମକୁ କେବଳ ଏକ ସୁସ୍ଥ ଭାରତ ପାଇଁ ନୁହେଁ, ବରଂ ଏକ ସୁସ୍ଥ ବିଶ୍ୱ ପାଇଁ ପ୍ରେରଣା ଯୋଗାଇ ଥାଏ’ ଯାହା ‘ଗୋଟିଏ ବିଶ୍ୱ, ଗୋଟିଏ ସ୍ୱାସ୍ଥ୍ୟ’ ସହିତ ସଂଯୁକ୍ତ ।

ପ୍ରଫେସର ଏସ.ପି. ସିଂହ ଭାଗେଲ ଆହୁରି ବିସ୍ତୃତ ଭାବରେ କହିଛନ୍ତି ଯେ ଭାରତୀୟ ଡାକ୍ତରଙ୍କ ଶକ୍ତି ଏବଂ ମୂଲ୍ୟ ଏଭଳି ଯେ ପୃଥିବୀର ପ୍ରତ୍ୟେକ ଭାଗରେ ଜଣେ ଭାରତୀୟ ଡାକ୍ତର ସେବାରତ ଥିବା ଜଣେ ଦେଖିବାକୁ ପାଇବେ । ସ୍ୱାଧୀନତା ପରଠାରୁ ଭାରତ ଦେଖିଥିବା ସବୁଠାରୁ ବଡ ବିକାଶ ଗୁଡିକ ମଧ୍ୟରୁ ସେ ଆଭା କାର୍ଡକୁ ଦର୍ଶାଇଛନ୍ତି ଯାହା ସ୍ୱାସ୍ଥ୍ୟସେବାକୁ ବହୁ ଦୂରବର୍ତ୍ତୀ ଅଂଚଳରେ ପହଂଚିବା ସହିତ ଅବହେଳିତ ସମ୍ପ୍ରଦାୟ ଗୁଡିକୁ ଉପକୃତ କରିବାରେ ସକ୍ଷମ କରାଇ ଥାଏ । ଡାକ୍ତରୀ ଶିକ୍ଷା ଏହାର ସୁବର୍ଣ୍ଣ ଯୁଗରେ ଅଛି ବୋଲି ଦର୍ଶାଇ ସେ ଦର୍ଶକଙ୍କ ମଧ୍ୟରେ ଥିବା ଟପ୍ପର ମାନଙ୍କୁ ଅନୁରୋଧ କରିଥିଲେ ଯେ ଛୋଟ ସହର ଏବଂ ଗାଁ ଗୁଡିକରେ ଥିବା ମହାବିଦ୍ୟାଳୟ ଏବଂ ବିଦ୍ୟାଳୟ ଗୁଡ଼ିକ ସହିତ ସେମାନଙ୍କର ଅଭିଜ୍ଞତା ଏବଂ ପ୍ରେରଣା ଗୁଡିକୁ ବାଂଟିବାକୁ ସେମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ଡକ୍ଟର ଭି.କେ. ପଲ ଡାକ୍ତରୀ ଶିକ୍ଷା ତଥା ସମ୍ପୃକ୍ତ ଅନୁଷ୍ଠାନର ଅଭିବୃଦ୍ଧି ଓ ବିକାଶକୁ ପ୍ରଶଂସା କରି ଗତ ଆଠ ବର୍ଷର ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ଏହି କ୍ଷେତ୍ରର ସଫଳତାକୁ ଉଲ୍ଲେଖ କରି ସେ କହିଛନ୍ତି ଯେ ବ୍ୟବସ୍ଥାରେ ପ୍ରବର୍ତ୍ତିତ ପଦକ୍ଷେପ ଗୁଡିକ ଯୋଗୁଁ ଏହା ଡାକ୍ତରୀ ଶିକ୍ଷା ପାଇଁ ଏକ ପରିବର୍ତ୍ତନଶୀଳ ସମୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୋଷ୍ଟ ଗ୍ରାଜୁଏଟ୍ ସିଟ୍ ଜାତୀୟ ପରୀକ୍ଷା ବୋର୍ଡରେ ୪୦୦୦ ସିଟ୍ ରୁ ୧୩୦୦୦ ସିଟ୍ ପର୍ଯ୍ୟନ୍ତ ତିନି ଗୁଣ ବୃଦ୍ଧି ପାଇଛି । ବ୍ୟବହାରରେ ହୋଇଥିବା ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇ ସେ ଜାତୀୟ ମେଡିକାଲ କମିଶନଙ୍କୁ ଏକ ନୂତନ ନିୟାମକ ରୂପେ ଯୋଗ କରିବା, ଏନ୍‌ଇଇଟିର ପ୍ରଚଳନ ଯାହାକି ଦକ୍ଷତା ଭିତ୍ତିକ ପାଠ୍ୟକ୍ରମ ଏବଂ ଜିଲ୍ଲା ରିଜେନ୍ସି କାର୍ଯ୍ୟକ୍ରମ ଯାହାକି ସମସ୍ତ ଦ୍ୱିତୀୟ ବର୍ଷର ସ୍ନାତକୋତ୍ତର ଛାତ୍ରମାନଙ୍କୁ ବାଧ୍ୟତାମୂଳକ ଭାବରେ ଜିଲ୍ଲା ଡାକ୍ତରଖାନା ଗୁଡ଼ିକରେ ପ୍ରତ୍ୟେକଙ୍କୁ ୩ ମାସ ପାଇଁ ସେମାନଙ୍କ ସେବା ଯୋଗାଇବା ପାଇଁ ଆଦେଶ ଦେଇଥାଏ, ତାହା ସେମାନଙ୍କୁ ବଂଚିତ ଲୋକଙ୍କୁ ସେବା ପ୍ରଦାନ କରିବାକୁ ସକ୍ଷମ କରିଥାଏ ।

ଏହି କ୍ଷେତ୍ରର ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରି ସେ ଦର୍ଶାଇଛନ୍ତି ଯେ ମେଡିକାଲ କଲେଜଗୁଡ଼ିକ ୩୮୭ ରୁ ୭୦୪ କୁ ବୃଦ୍ଧି ପାଇଛି ଏବଂ ଚଳିତ ବର୍ଷ ୫୨ ଟି ନୂଆ କଲେଜ ଏଥି ସହିତ ଯୋଡି ହୋଇଛି, ଯାହା ନିଜେ ଏକ ରେକର୍ଡ ଅଟେ ଏବଂ ସ୍ନାତକ ପାଇଁ ମେଡିକାଲ ଛାତ୍ରମାନଙ୍କ ନିମନ୍ତେ ଆସନ ମଧ୍ୟ ୫୨୦୦୦ ରୁ ୧୦୭,୦୦୦ କୁ ବୃଦ୍ଧି ପାଇଛି ଏବଂ ସ୍ନାତକୋତ୍ତର ପାଇଁ ୩୨,୦୦୦ ରୁ ୬୭,୦୦୦କୁ ବୃଦ୍ଧି ହୋଇଛି । ଡକ୍ଟର ପଲ ଗୁରୁତ୍ୱ ଦେଇ କହିଛନ୍ତି ଯେ ଏହା ହେଉଛି ସୁବର୍ଣ୍ଣ ଯୁଗ, ଏବଂ ଏହି କ୍ଷେତ୍ରକୁ ଆଗାମୀ ଦିନରେ ଆସୁଥିବା ଡାକ୍ତର ଏବଂ ବିଶେଷଜ୍ଞମାନେ ସେମାନଙ୍କର ସର୍ବୋତ୍କୃଷ୍ଟ ଅବଦାନ ରଖିବା ଉଚିତ ।

ନ୍ୟାସନାଲ ବୋର୍ଡ ଅଫ୍ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ହେଉଛି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ସ୍ୱୟଂଶାସିତ ସଂସ୍ଥା ଏବଂ ସମଗ୍ର ଭାରତବର୍ଷରେ ଆଧୁନିକ ଚିକିତ୍ସା କ୍ଷେତ୍ରରେ ପରୀକ୍ଷା କରିବା ଦାୟିତ୍ୱ ଏହାଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏନ୍‌ବିଇଏମ୍‌ଏସ୍ ଗତ ଚାରି ଦଶନ୍ଧି ଧରି ଡାକ୍ତରୀ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରି ଆସୁଛି ଏବଂ ଗୁଣାତ୍ମକ ପୋଷ୍ଟ ଗ୍ରାଜୁଏଟ୍ ଏବଂ ପୋଷ୍ଟ ଡକ୍ଟରାଲ୍ ତାଲିମ ପ୍ରଦାନ ପାଇଁ ବିଭିନ୍ନ ଡାକ୍ତରଖାନାର ଭିତ୍ତିଭୂମି ଗୁଡିକୁ ବ୍ୟବହାର କରିଛି । ଏନ୍‌ବିଇଏମ୍‌ଏସ୍ ବର୍ଷ ପରେ ବର୍ଷ ସଫଳତାର ସହିତ ଏନ୍‌ଇଇଟି – ପିଜି, ଏନ୍‌ଇଇଟି – ଏସ୍‌ଏସ୍ ଏବଂ ଏନ୍‌ଇଇଟି – ଏମ୍‌ଡିଏସ୍ ପରୀକ୍ଷା ପରିଚାଳନା କରୁଛି । ଏନ୍‌ବିଇଏମ୍‌ଏସ୍ ମଧ୍ୟ ବିଭିନ୍ନ ବିଶେଷଜ୍ଞତା କ୍ଷେତ୍ରରେ ୧୨,୦୦୦ ରୁ ଅଧିକ ପିଜି ସିଟ୍ ଥିବା ୧୧୦୦ ରୁ ଅଧିକ ଡାକ୍ତରଖାନାକୁ ସ୍ୱୀକୃତି ପ୍ରଦାନ କରିଛି ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କର୍ମକର୍ତ୍ତାମାନେ, ଏନବିଇଏମ୍‌ଏସ୍‌ର ଅଧ୍ୟକ୍ଷ ଅଭିଜିତ୍ ସେଠ୍‌, ଏନବିଇଏମ୍‌ଏସ୍‌ର ସମ୍ମାନାସ୍ପଦ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ମୀନୁ ବାଜପେୟୀ, ଏନବିଇଏମ୍‌ଏସ୍ ପରିଚାଳନା ସଂସ୍ଥାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।