କମଳା ଚୋପାରେ ରହିଛି ଏହି ୫ ଟି ଔଷଧୀୟ ଗୁଣ

ଦୈନିକ କମଳା ଲେମ୍ବୁକୁ ଜଳଖିଆରେ ସାମିଲ କରାଯାଏ ବା….

ଆମମାନଙ୍କ ପରିବାରରେ ଦୈନିକ କମଳା ଲେମ୍ବୁକୁ ଜଳଖିଆରେ ସାମିଲ କରାଯାଏ ବା ପରିବାରର କୌଣସି ଲୋକ ରୋଗରେ ପଡିଲେ ତାଙ୍କୁ କମଳା ଖାଇବାକୁ ଦିଆଯାଇଥାଏ । କମଳା ଖାଇବା ପୂର୍ବରୁ ଆମେମାନେ ଏହାର ଚୋପାକୁ ଛଡାଇ ଫିଙ୍ଗି ଦେଇଥାଉ । ହେଲେ ଆପଣ ଜାଣନ୍ତି ନାହିଁ ଯେ ଏହି କମଳା ଚୋପା ଆମମାନଙ୍କର ଅନେକ କାମରେ ଲାଗିପାରେ । ଏହି ଚୋପାକୁ ଆପଣ ବିଭିନ୍ନ ରୋଗର ଔଷଧ ଭାବେ ମଧ୍ୟ ବ୍ୟବହାର କରିପାରିବେ । ଆସନ୍ତୁ ଜାଣିବା କମଳା ଚୋପାର ଗୁଣବତ୍ତା ।

କମଳା ଭଳି ତାର ଚୋପାରେ ଅନେକ ଭିଟାମିନ ରହିଥାଏ । ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ । କମଳା ଚୋପାରେ ଭିଟାମିନ-ସି ଥାଏ, ଯାହାକି ଆମ ତ୍ୱଚା ପାଇଁ ବେସ୍ ଲାଭଦାୟକ ଓ ଚର୍ମକୁ ସୁସ୍ଥ ରଖିବାରେ ସହାୟକ ମଧ୍ୟ ହୋଇଥାଏ ।

କମଳା ଚୋପାକୁ ଶୁଖାଇ ଏହାର ପାଉଡରକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇ ପାରିବ । ଯଦି ଆପଣ କମଳା ଚୋପାର ପାଉଡରକୁ ମହୁ ସହିତ ମିଶାଇ ମୁହଁ କିମ୍ବା ଶରୀରର ଅନ୍ୟ କୌଣସି ସ୍ଥାନରେ ଲଗାନ୍ତି ତେବେ ଆପଣଙ୍କ ତ୍ୱଚାର ସୁନ୍ଦରତା ବୃଦ୍ଧି।
ଯଦି ଆପଣଙ୍କ ମୁହଁରେ ବ୍ରଣ କିମ୍ବା ସେଭଳି କିଛି ଦେଖା ଯାଉଛି ତେବେ କମଳା ଚୋପାର ପାଉଡର ସହ କିଛି ଗୋଲାବ ଜଳ ମିଶାଇ ବ୍ୟବହାର କଲେ ଆପଣଙ୍କୁ ସୁଫଳ ମିଳିଥାଏ ।

ଯଦି ଆପଣଙ୍କ ଘରେ କିମ୍ବା ପାଖ ଆଖରେ ମଶାର ପ୍ରାର୍ଦୁଭାବ ରହିଛି ତେବେ ଆପଣ କମଳା ଚୋପାର ପାଉଡରକୁ ଜଳୁଥିବା କୋଇଲା ଆଞ୍ଚରେ ପକାଇ ଦିଅନ୍ତୁ । ଏଥିରୁ ବାହାରୁଥିବା ଧୁଆଁ ଆପଣଙ୍କର ଘରୁ ମଶା, ମାଛିକୁ ବାହାରକୁ କାଢିଦେବ ।

କମଳା ଚୋପାକୁ ଆପଣ ରୁମ ଫେସନର ଭାବେ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ଆପଣ ପାଣିରେ କମଳା ଚୋପାକୁ ପକାଇ ଦିଅନ୍ତୁ , ଏହାସହ କିଛି ଡାଲଚିନି ଓ ଲବଙ୍ଗ ପକାଇ ଦେବା ପରେ ଏହି ପାଣିରୁ ସୁଗନ୍ଧ ବାହାରିବ । ଯାହାକି ରୁମ ଫ୍ରେସନର ଭଳି କାମ କରିବ ।

କମଳା ଚୋପା କେବଳ ତ୍ୱଚା ପାଇଁ ନୁହେଁ ବରଂ ଚୁଟି ପାଇଁ ମଧ୍ୟ ଲାଭ ଦାୟକ । ଚୁଟିରେ ରହୁଥିବା ରୂପିକୁ ହଟାଇବା ପାଇଁ କମଳା ଚୋପାକୁ ବାଟି ଏହାକୁ ମୁଣ୍ଡରେ ଲଗାନ୍ତୁ । ଏହାଦ୍ୱାରା ରୂପି ସମସ୍ୟା ଦୂରହେବା ସହ ବାଳ ଝଡିବା ବି ବନ୍ଦ ହୋଇଯିବ ।