ଦିନର ଆରମ୍ଭ ଏକ କପ୍‌‌ ଚା’ରୁ: ଚା’ ପିଇବା ସମୟରେ ଆଦୌ ଏହି ଭୁଲ୍‌‌ କରନ୍ତୁ ନାହିଁ

ପ୍ରାୟତ ଅଧିକାଂଶ ଲୋକେ ନିଜ ଦିନର ଏକ କପ୍‌‌ ଚା’ରୁ ଆରମ୍ଭ କରିଥାଆନ୍ତି। ଏପରି ମଧ୍ୟ କିଛି ଚା’ପ୍ରେମୀ ରହିଛନ୍ତି, ଯେଉଁମାନେ ପ୍ରତି ଘଣ୍ଟା ଘଣ୍ଟାରେ ଚା’ ପିଇଥାଆନ୍ତି। କେତେକ ସମୟରେ ଚା’ ସହ ପକୁଡି,ବିସ୍କୁଟ୍‌‌ ଆଦି ଖାଇବାକୁ ପସନ୍ଦ କରିଥାଆନ୍ତି। ମାତ୍ର ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ। ତେବେ ଜାଣନ୍ତୁ ଚା’ ସହ କେଉଁ ଖାଦ୍ୟର ସେବନ କରିବା ଉଚିତ ନୁହେଁ..

ଜାଣି ଆଶ୍ଚର୍ଯ୍ୟ ହେବେ, ଚା’ ସହ ପାଳଙ୍ଗ ପକୁଡି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ପାଳଙ୍ଗ ଶାଗ ଆଇରନରେ ଭରପୁର। ସେହିପରି ଚା’ରେ ଟେନିନ୍‌‌ ରହିଛି। ଉଭୟ ଶରୀର ପାଇଁ ଏକାସହ ସେବନ କରିବା କ୍ଷତିକାରକ। ଚା’ ସହ ଆଇରନ ଥିବା ଖାଦ୍ୟଜିନିଷ ଖାଆନ୍ତୁ ନାହିଁ।

ଅଧିକନ୍ତୁ ଲୋକେ ଚା’ ସହ ବିସ୍କୁଟ୍‌‌ ଖାଇବାକୁ ଭାରି ପସନ୍ଦ କରିଥାଆନ୍ତି। ମାତ୍ର ଏହି ଖାଦ୍ୟ ପ୍ରକ୍ରିୟାକୁ ଏକାଠି ଖାଇବା ପେଟ ପାଇଁ କ୍ଷତିକାରକ। ବିସ୍କୁଟ୍‌‌ରେ ମଇଦା ଓ ଚିନି ମିଶି ପ୍ରସ୍ତୁତ ହୋଇଥାଏ। ଚା’ରେ ମଧ୍ୟ ଚିନି ଥାଏ। ଫଳରେ ଶରୀରକୁ ଏକାସହ ଅଧିକ ଚିନି ଯାଇଥାଏ। ଏହା ପେଟ ପାଇଁ କ୍ଷତିକାରକ ହେବା ସହ ପାଚନ ଜନିତ ସମସ୍ୟା ସହ କୋଷ୍ଠକାଠିନ୍ୟ, ଏସିଡିଟି ସମସ୍ୟା ସୃଷ୍ଟି କରିଥାଏ।

ଚା’ ପିଇବା ପରେ ତୁରନ୍ତ ପାଣି କଦାପି ପିଇବା ଉଚିତ ନୁହେଁ। ପରେପରେ ଆଇସକ୍ରିମ କିମ୍ବା ଅନ୍ୟ କୌଣସି ଥଣ୍ଡାପାନୀୟ ପିଇବା ଉଚିତ ନୁହେଁ। ଏହାଦ୍ୱାରା ପାଚନ ତନ୍ତ୍ର ଭଲ ଭାବେ କାର୍ଯ୍ୟ କରିନଥାଏ। ଖାଦ୍ୟ ଭଲରେ ହଜମ ନହେବା ସହ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

ସେହିପରି ମଧ୍ୟ ଚା’ ପିଇବା ପରେ କିମ୍ବା ଚା’ ସହ ଲେମ୍ବୁର ଆଦୌ ସେବନ କରନ୍ତୁ ନାହିଁ। ଚା’ ସହ ଲେମ୍ବୁ ସେବନ କରିବା ଦ୍ୱାରା ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ପାଚନ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।