ବିନା ପିସିରେ ଫାଇଲ୍‌ ଗଡୁନି

ବାପୁଜୀଙ୍କ ତିନିମାଙ୍କଡକୁ ନବୀନଙ୍କର ପାଂଚ

ଅନ୍ୟାୟ ଦେଖିବୁ ନାହିଁ, ଅନୀତି କଥା ଶୁଣିବୁନି, ଅଭଦ୍ର କଥା କହିବୁନି । ବାପୁଜୀଙ୍କର ତିନିମାଙ୍କଡ ଏହି ତିନିଗୁଣକୁ ଜାବୁଡି ଧରିଥିଲେ ନା’ କ’ଣ? ପୁରୁଖା ରାଜନେତା ଭଲ ଭାବରେ ଜାଣନ୍ତି । ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପୁଜୀଙ୍କଠାରୁ ଦୁଇପାଦ ଆଗକୁ ମାଡ଼ି ଯାଇ ପାଂଚଟି ମାଙ୍କଡ ପାଳିଛନ୍ତି । ସେଗୁଡ଼ିକ ହେଲା ଟି ଫର୍‌ ଟ୍ରାନ୍ସପାରେନ୍ସି, ଟି ଫର ଟାଇମ୍‌, ଟି ଫର ଟିମ୍‌, ଟି ଫର ଟେକ୍ନୋଲୋଜି, ଟି ଫର୍‌ ଟ୍ରାନ୍ସଫର୍ମେସନ୍‌ ।

ସମୟ ସହିତ ତାଳ ମିଳାଇ ବାପୁଜୀଙ୍କର ତିନିମାଙ୍କଡ ଏବେ ଦେଶର ୧୩୦ କୋଟି ଲୋକଙ୍କ ଭିତରେ ଆଶ୍ରୟ ନେଇଛନ୍ତି । ପରିଣାମ ସ୍ୱରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପାଳିତ ପାଂଚଟି ମାଙ୍କଡ ଏବେ ସାରା ରାଜ୍ୟକୁ ଖୋଳ କରୁଛନ୍ତି । ହତ୍ୟା, ଲୁଣ୍ଠନ, ଦୁଷ୍କର୍ମ, ଲୁଟତରାଜ କ୍ରମେ ଜାତୀୟ ନୀତିରେ ପରିଣତ ହେଲାଣି ।

ଖାସ୍‌ ସେଇ କାରଣରୁ ନବୀନଙ୍କର ପାଂଚଟି ମାଙ୍କଡ ଏବେ ଦିଗଭ୍ରଷ୍ଟ ହୋଇଛନ୍ତି । ‘ମୋ ସରକାର’ଙ୍କ ଠାରୁ ପ୍ରୋତ୍ସାହନ ପାଇ ପାଂଚଟି ମାଙ୍କଡ ସାରା ରାଜ୍ୟରେ ଉତ୍ପାତ କରୁଛନ୍ତି । ଏଭଳିକି ଶାସକ ଦଳର କିଛି ନେତା ମଧ୍ୟ ପାଂଚ ଟାଉଟରଙ୍କ ଉପାଖ୍ୟାନ ଗାଇବାକୁ ପଛାଉ ନାହାନ୍ତି ।

ବିଜେଡିର କିଛି ସତଗୁଣୀ ନେତା ଖୋଲାଖୋଲି କହିବା ଆରମ୍ଭ କଲେଣି । ବିନା ପିସିରେ ପଂଚାୟତ ସ୍ତରରେ କୌଣସି ଊନ୍ନୟନମୂଳକ କାମ ହେଉନାହିଁ । ଆରେ ବାବୁ ଖୋଦ ବିଜୁ ପଟ୍ଟନାୟକ ଟାଟା ଗ୍ରୁପ ନିକଟରୁ ପିସି ନେଇ ରାଜ୍ୟକୁ ଲୁଟିବା ପାଇଁ ବାଟ ଛାଡି ଦେଉଥିଲେ । ତାଙ୍କ ପୁଅ ନବୀନ ପଟ୍ଟନାୟକ ସେଥିରୁ ବାଦ ପଡିବେ କେମିତି? ବାପା ପିସି ପାଇଁ ରାଜନୀତି କରୁଥିଲେ । ଏବେ ପୁଅ ପିସି ରାଜନୀତି ଜାରି ରଖିଛନ୍ତି ।

ଆଜି ଯାବତୀୟ ଅଳିଆ କାମକୁ ତ୍ୱରାନ୍ୱିତ କରୁଛନ୍ତି ଫାଇଭ-ଟି ମୁଖ୍ୟ ଭିକେ ପାଣ୍ଡିଆନ । ପାଣ୍ଡିଆନଙ୍କ ବଳରେ ବଳିୟାନ ଅଫିସରମାନେ ବିନା ପିସିରେ କାମ କରିବାକୁ ନାରାଜ । ଶୁଣିବାକୁ ମିଳୁଛି, ଯେପର୍ଯ୍ୟନ୍ତ ନବୀନ ପଟ୍ଟନାୟକ କ୍ଷମତାରେ ଥିବେ, ସେ ପର୍ଯ୍ୟନ୍ତ ପିସି କାରବାରକୁ କେହି ରୋକି ପାରିବେନି ।