ଅଦା ତେଲରେ ଆପଣାନ୍ତୁ ଏହି ଟିପ୍ସ

ଏହା ଆମ ଶରୀରର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ…..

ଅଦା ଆମ ରୋଷେଇ ଘରେ ଏକ ପ୍ରମୁଖ ମସଲା ଭାବେ ବ୍ୟବହାର ହୋଇଥାଏ। ଏହା ଅନେକ ପ୍ରକାର ରୋଗ ଭଲ କରିଥାଏ ବୋଲି ମଧ୍ୟ ଆମେ ଜାଣୁ। ଛୋଟ ଛୋଟ ଥଣ୍ଡା କାଶ ଇତ୍ୟାଦି ହେଲେ ଆମେ ଅଦା ବ୍ୟବହାର କରି ରୋଗର ଉପଷମ କରିଥାଉ।

ଆପଣ ଜାଣିଛନ୍ତି କି ଅଦା ସହ ଅଦାର ତେଲ ମଧ୍ୟ ଆମକୁ ଅନେକ ଫାଇଦା ଦେଇଥାଏ। ଏହା ଆମ ଶରୀରର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ। ତେବେ ଆସନ୍ତୁ ଜାଣିବା ଅଦାର ତେଲ ଆମକୁ କ’ଣ ଫାଇଦା ଦେଇଥାଏ।

ଏହାର ସବୁଠୁ ବଡ଼ ଉପକାରି ଗୁଣ ହେଲା ଏହା ଦରଜ କମ୍‌ କରିବାରେ ସାହାଯ୍ୟ କରେ। ଅଦାର ତେଲ ଶରୀରରେ ଲଗାଇବା ଦ୍ୱାରା ପୀଡ଼ା ଦୂର ହୋଇଥାଏ। ଆପଣଙ୍କର ଆଣ୍ଠୁ ଗଣ୍ଠି ଦରଜ ବା ପୀଡ଼ା ହେଉଥିଲେ ଏହି ତେଲ ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ଫାଇଦା ଦେବ।
ନିଶ୍ୱାସ ନେବାରେ ସାହାଯ୍ୟ କରେ।

ଯେଉଁ ବ୍ୟକ୍ତିଙ୍କର ନିଶ୍ୱାସ ନେବା ସମସ୍ୟା ରହିଥାଏ ସେମାନଙ୍କ ପାଇଁ ଅଦା ଅନେକ ଉପକାରୀ ହୋଇଥାଏ। ଏହା ନାକ ଏବଂ ଗଳାକୁ ସଫା କରେ ଏବଂ କାଶ ଥଣ୍ଡା ଇତ୍ୟାଦିକୁ ହେବାକୁ ଦିଏନାହିଁ। ତେବେ ଆପଣ ଏଥିରୁ ରକ୍ଷା ପାଇବା ପାଇଁ ଅଦାର ତେଲ ବ୍ୟବହାର କରନ୍ତୁ।