ତାତିରୁ ତ୍ରାହି: ରାଜ୍ୟକୁ ଚାରିଦିନ ଗ୍ରାସିବ ଖଣ୍ଡିଆଭୂତ

ଭୁବନେଶ୍ୱର: ଆଗାମୀ ୪ ଦିନ ପାଇଁ ସାରା ରାଜ୍ୟରେ ତାପମାତ୍ରା କମିବା ଆଶଙ୍କା କରାଯାଇଛି । ତା’ ସହିତ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ କିଛି ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ରବିବାର ଦିନ ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କେତୋଟି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସୋମବାର, ମଙ୍ଗଳବାର ଓ ବୁଧବାର ପର୍ଯ୍ୟନ୍ତ ସାରା ରାଜ୍ୟବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ଏହି ଚାରିଦିନ ଭିତରେ ରାଜ୍ୟର ସବୁ ଜିଲ୍ଲା ହାଲୁକା ଭିଜିବ । କେତେକ ସ୍ଥାନରେ ଖଣ୍ଡିଆଭୂତ ଖେଳିବ । ଫଳରେ ସାଧାରଣ ଲୋକଙ୍କ ନିୟମିତ ଜୀବନଚର୍ଯ୍ୟା ସାମାନ୍ୟ ପ୍ରଭାବିତ ହେବ ।