ଲାଲ୍ ଲିପଷ୍ଟିକ୍ ଲଗାଉଥିବା ଝିଅଙ୍କ ମନରେ ଆସିଥାଏ ଏପରି ଭାବନା

ପ୍ରତ୍ୟେକ ମହିଳାଙ୍କ ସୁନ୍ଦରତାକୁ ବଢାଇଥାଏ ଲିପଷ୍ଟିକ୍ । ଚେହେରା ଅନୁଯାୟୀ ଲିପଷ୍ଟିକ୍ ଲଗାଇବା ଦ୍ୱାରା ମହିଳାମାନେ ଆକର୍ଷଣୀୟ ଦେଖାଯାଆନ୍ତି । ଆଜିକାଲି ବଜାରରେ ଅନେକ ରଙ୍ଗର ଲିପଷ୍ଟିକ୍ ମିଳୁଛି, କିନ୍ତୁ ଲାଲ୍ ରଙ୍ଗର ଲିପଷ୍ଟିକ୍ ହିଁ ସବୁଠାରୁ ଅଧିକ ବିକ୍ରି ହେଉଛି । ତେବେ ଲାଲ ରଙ୍ଗର ଲିପଷ୍ଟିକ ଲଗାଉଥିବା ଝିଅମାନଙ୍କ ମନରେ ବହୁତ ଅଜୀବ ଭାବନା ଆସିଥାଏ । ତେବେ ଆସନ୍ତୁ ଜାଣିବା ତାଙ୍କ ମନରେ ଚାଲିଥିବା ସେହି ଭାବନା ବିଷୟରେ…

 ଲାଲ୍ ଲିପଷ୍ଟିକ୍ ଲଗାଇବା ପରେ ଆତ୍ମବିଶ୍ୱାସ ବଢିଥାଏ । କିନ୍ତୁ କେହି ଯଦି ଝିଅଙ୍କୁ ଅନାଇବା ଆରମ୍ଭ କରନ୍ତି, ତେବେ ସେମାନଙ୍କ ମନରେ ଆସିଥାଏ କି ବୋଧହୁଏ ଲିପଷ୍ଟିକ ଗାଢ ହୋଇଯାଇଛି । ଆଉ କେହି ଝିଅ ଭାବନ୍ତି ବୋଧହୁଏ ଦାନ୍ତରେ ଲିପଷ୍ଟିକ୍ ଲାଗିଯାଇଛି ।

 

 ଲାଲ୍ ଲିପଷ୍ଟିକ୍ ଲଗାଇବା ପରେ ଖାଇବା ପିଇବା ସମୟରେ ଯତ୍ନ ନେବାକୁ ପଡିଥାଏ । ପ୍ରାୟତ ଝିଅମାନେ ଖାଇବା ସମୟରେ ଚିନ୍ତାରେ ରହିଥାନ୍ତି । ଖାଇବା ସମୟରେ ଲିପଷ୍ଟିକ ନଷ୍ଟ ହୋଇଯିବା ବା ମୁହଁରେ ଲାଗିଯିବା ନେଇ ତାଙ୍କ ମନରେ ବିଚଳିତ ହୋଇଥାଏ ।

 ଆଉ କେତେକ ଝିଅ ଭାବନ୍ତି କି, ଏହି ଲାଲ୍ ରଙ୍ଗ ଖରାପ ଅଛି କି? ମୋ ମୁହଁରେ ସୁଟ୍ କରୁନି ତ?

 

 ବାହାରକୁ ଯାଇଥିବା ବେଳେ ୱାଶରୁମକୁ ଯାଇ ଲିପଷ୍ଟିକ୍ ଠିକ୍ କରିବା ପାଇଁ ଝିଅମାନେ ବାରମ୍ବାର ଭାବିଥାନ୍ତି ।

 କାହା ରୁମାଲରେ ଭୁଲରେ ମୁହଁ ପୋଛିଲା ବେଳେ ଝିଅମାନେ ଭାବନ୍ତି କି, ଓ ନୋ .. ତାଙ୍କ ରୁମାଲରେ ଲିପଷ୍ଟିକର ଚିହ୍ନ ରହିଗଲା । ମୁଁ ତାଙ୍କ ରୁମାଲ ନେଇ ଧୋଇବା ଉଚିତ କି? ଯଦି ଏଥିରୁ ଦାଗ ନ ଛାଡିବ? ଏପରି ଅନେକ କିଛି ଲାଲ ଲିପଷ୍ଟିକ ଲଗାଇଥିବା ଝିଅମାନେ ଭାବଥାନ୍ତି ।