୪୪ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା

ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏହା ମଧ୍ୟରେ ବିଭିନ୍ନ ସହରର ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ତେବେ ବୁଧବାର ରାଜ୍ୟର ୪୦ ଡିଗ୍ରୀ ଉପରେ ରହିଛି ୧୨ ସହରର ତାପମାତ୍ରା । ସେହିପରି ରାଜ୍ୟର ସବୁଠୁୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା ରହିଛି । ଝାରସୁଗୁଡାରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି ।

ଅନ୍ୟପକ୍ଷରେ ସୋନପୁରରେ ୪୩.୯, ବଲାଙ୍ଗୀରରେ ୪୩.୨, ଟିଟିଲାଗଡ଼ରେ ୪୩, ଅନୁଗୁଳରେ ୪୨.୩ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୌଦ୍ଧରେ ୪୨ ଡିଗ୍ରୀ ତାପମାତ୍ରା ରହିବା ସହ ସମ୍ୱଲପୁରରେ ୪୧.୬, ସୁନ୍ଦରଗଡ଼ରେ ୪୧.୫, ପାରଳାଖେମୁଣ୍ଡି ୪୦.୫ ଡିଗ୍ରୀ ଓ ହୀରାକୁଦରେ ୪୦.୩ ଡିଗ୍ରୀ ତାପମାତ୍ରା ରହିଛି ।