ଓଏସଏସସି ଅଧ୍ୟକ୍ଷ ହେଲେ ପୂର୍ବତନ ଡିଜିପି ଅଭୟ

ଭୁବନେଶ୍ୱର : ପୂର୍ବତନ ଡିଜିପି ଅଭୟଙ୍କୁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ଅଭୟ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ପୂର୍ବତନ ପୋଲିସ ଡିଜି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ୧୯୮୭ ବ୍ୟାଚ ଆଇପିଏସ ସୁନୀଲ ବଂସଲ ।

ତେବେ ସେ ଦାୟିତ୍ୱ ଗ୍ରହଣ କରିବା ପରେ ପୂର୍ବତନ ଡିଜି ଅଭୟଙ୍କୁ ନୂଆ ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର । ଅଭୟଙ୍କୁ ଏସଟିଏଫ୍‌ (ନାର୍କଟିକ୍ସ) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ଏହା ସହିତ ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ମଧ୍ୟ ତାଙ୍କୁ ମିଳିଥିଲା । ତେବେ ପୁଣି ତାଙ୍କ ଉପରେ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ସରକାର ।