Today Horoscope: ଆଜି ମେ’ ମାସ ୧୧ ତାରିଖ ରବିବାର
ପ୍ରଭୁ ନୃସିଂହ ନାରାୟଣଙ୍କ ଜନ୍ମତିଥି..
ରାହୁ ଓ କେତୁ ଚଳନ, ବିରି, ମାଛ, ମାଂସ ସେବନ ନିଷେଧ ।
Today Horoscope: ହିନ୍ଦୁ କ୍ୟାଲେଣ୍ଡର ମୁତାବକ ବୈଶାଖ ମାସ ଏକବିଂଶ ଦିନ । ମେଷ ମାସ ୨୮ ଦିନରେ ପଦାର୍ପଣ କରିଛି । ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି । ଚନ୍ଦ୍ର ଅବସ୍ଥାନ କରିଛନ୍ତି ସ୍ୱାତୀ ନକ୍ଷତ୍ର ତୁଳା ରାଶିରେ । ଆଜି ଚତୁର୍ଦ୍ଦଶୀ ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ।
ଯୋଗିନୀ ପଶ୍ଚିମ ଦିଗରେ ଅବସ୍ଥାନ କରିଛନ୍ତି । ରାତି ୭ଟା ୪୫ ମିନିଟ୍ ପରେ ବାୟୁକୋଣରେ ଅବସ୍ଥାନ କରିବେ। ଯୋଗିନୀଙ୍କୁ ବାମକଡ଼ରେ ରଖି ଯାତ୍ରା କରିପାରନ୍ତି । ଆଜି ମେଷରାଶିର ଘାତବାର । ଆଜି ବିରି, ମାଛ ଓ ମାଂସ ଭକ୍ଷଣ ମନା।
ଆଜି ଦିନଟି ୧୨ଟି ରାଶିର ଜାତକଙ୍କ ପାଇଁ ଆଣିଥିବା ଶୁଭଶୁଭ ସମାଚାର ଜଣାଇବା ପୂର୍ବରୁ ଛୋଟ ଅନୁରୋଧ। ନୂଆ କରି ଆମ ଚାନେଲ ଦେଖୁଥିଲେ, ଦୟାକରି ବେଲ ଆଇକନ୍ ଟିପି ଆମ ଚାନେଲକୁ ସବ୍ ସ୍କ୍ରାଇଭ କରନ୍ତୁ । ଆପଣଙ୍କର ବ୍ୟକ୍ତିଗତ ସମସ୍ୟା ଥିଲେ, ଆମକୁ ହ୍ୱାଟ୍ସ୍ ଆପ୍ ଜରିଆରେ ଜଣାଇ ପାରିବେ।
ମେଷ ରାଶି: ଆପଣ ସମୟ ସମୟରେ ପିଲାଙ୍କ ଭଳି ଆଚରଣ ପ୍ରଦର୍ଶନ କରନ୍ତି । ପୁଣି କେତେବେଳେ ରାଗରେ ପାଚି ଲାଲ ହୋଇଯାନ୍ତି । କ୍ରୋଧ ଆପଣଙ୍କର ଚିର ଶତ୍ରୁ । କ୍ରୋଧକୁ ଦମନ କରନ୍ତୁ ତା’ପରେ ଦେଖନ୍ତୁ ଏ ଦୁନିଆ ଆପଣଙ୍କ ଚରଣକୁ ମୁଣ୍ଡରେ ଲଗାଇବ । ମନେରଖନ୍ତୁ, ଆପଣଙ୍କ ସଂଚିତ ଧନ ହିଁ ଆପଣଙ୍କ ଦୁଃଖ ସମୟରେ କାମରେ ଆସିବ । ତେଣୁ କିଛି ଧନ ଭବିଷ୍ୟତ ପାଇଁ ସାଇତି ରଖନ୍ତୁ । ପିଲାଙ୍କ ସହିତ ଭଲ ସଂପର୍କ ରଖନ୍ତୁ । ପୁରୁଣା ବିବାଦକୁ ଭୁଲି ଆଗାମୀ ଦିନଟିକୁ ହସଖୁସି ଭରା ରଖିବା ପାଇଁ ଚେଷ୍ଟା କରନ୍ତୁ । କୌଣସି ସ୍ଥାନକୁ ଯାତ୍ରା କରିବା ସମୟରେ ଅଜଣା ଲୋକଙ୍କ ପ୍ରତି ଉଦାରପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରନ୍ତୁ । ଆଜି ଆପଣଙ୍କ ଦକ୍ଷତାର ପରୀକ୍ଷା । ଏକାଗ୍ରତାର ସହିତ ସବୁ କାମ କରନ୍ତୁ ଓ ବିଜୟୀ ହୁଅନ୍ତୁ । ସକାଳେ ସାମାନ୍ୟ ଅଳସୁଆ ଅନୁଭବ କରିପାରନ୍ତି ମାତ୍ର ସୂର୍ଯ୍ୟଙ୍କ ଗତି ସହିତ ଆପଣଙ୍କ ଗତି ବେଶ ଆଗେଇ ଚାଲିବ । ସନ୍ଧ୍ୟା ସମୟରେ ପୁରୁଣା ମିତ୍ରଙ୍କ ସହିତ ସାକ୍ଷାତ ହୋଇପାରେ। ଜୀବନସାଥୀଙ୍କ ନିକଟରୁ ଆଦର ସକ୍ରାର ପାଇବେ । ଆଜି ପାଇଁ ଆପଣ ନାରଙ୍ଗୀ ଅବା ସୁନାରଙ୍ଗର ପୋଷାକ ପରିଧାନ କରିପାରନ୍ତି । ଖିର, ଦହି, ଘିଅ, କପୁର, ଧଳାଫୁଲ ଦାନ କରନ୍ତୁ, ଶରୀର ସୁସ୍ଥ ରହିବ ।
ବୃଷ ରାଶି: ଆଜି ଆପଣ ମାନସିକ ଓ ଶାରିରୀକ ସ୍ତରରେ ଦୁର୍ବଳ ଅନୁଭବ କରିପାରନ୍ତି । ତେଣୁ ପୁଷ୍ଟିସାରଯୁକ୍ତ ଖାଦ୍ୟ ସେବନ କରନ୍ତୁ ଓ କିଛି ସମୟ ଆରାମ କରନ୍ତୁ । ଦିନ ୧୦ଟା ବେଳକୁ ବେଶ ସୁସ୍ଥ ଅନୁଭବ କରିବେ ଓ ପୁରା ଦମରେ କର୍ମକ୍ଷେତ୍ରକୁ ବାହାରି ପଡ଼ିବେ । ବ୍ୟବସାୟରେ ଅଧିକ ଲାଭ ପାଇବା ପାଇଁ ଆପଣଙ୍କ କେହି ପୁରୁଣା ମିତ୍ର ଆପଣଙ୍କୁ ପରାମର୍ଶ ଦେଇପାରନ୍ତି । ମିତ୍ରଙ୍କ ପରାମର୍ଶ ଗ୍ରହଣ କରିବା ଆପଣଙ୍କ ପାଇଁ ଲାଭଦାୟକ ରହିବ । ପିଲାଙ୍କ ନିକଟରୁ କୌଣସି ଶୁଭ ଖବର ପାଇପାରନ୍ତି । କଠିନ ପରିଶ୍ରମ ଓ ଅସୀମ ଧୈର୍ଯ୍ୟ ବଳରେ ଆପଣ ସଫଳତା ହାସଲ କରିପାରିବେ । ସେହି ସଂପର୍କ ଓ ସେହି ଜିନିଷ ପ୍ରତି ମୋହ ରଖନ୍ତୁ ନାହିଁ ଯାହା ଅତୀତରେ ଆପଣଙ୍କ ଧନହାନୀ, ପ୍ରାଣପୀଡ଼ା ଓ ସମ୍ମାନହାନୀ କରିଥିଲା । ଜୀବନସାଥୀଙ୍କ ନିକଟରୁ ଆଶାତୀତ ଆଦର ପାଇବେ । ଆଜି ପାଇଁ ଆପଣଙ୍କର ଭାଗ୍ୟବାନ ନମ୍ବର ୯ । ଶୁଭରଙ୍ଗ ଲାଲ ଓ ମେରୁନ । ଧଳା ଅପରାଜିତା ଚେରକୁ ଧଳା କପଡ଼ାରେ ଗୁଡ଼ାଇ ପାଖରେ ରଖନ୍ତୁ, ଶରୀର ସୁସ୍ଥ ରହିବ।
ମିଥୁନ ରାଶି: ଆଜି ଜଣେ ଭଦ୍ରଲୋକଙ୍କ ନିକଟରୁ ଧାର୍ମିକ ଉପଦେଶ ଗ୍ରହଣ କରି ଆପଣ ମାନସିକ ସ୍ତରରେ ନିଜକୁ ଶକ୍ତିଶାଳୀ ଭାବେ ଗଢ଼ିପାରନ୍ତି । ଅଭିଜ୍ଞ ଲୋକଙ୍କ ପରାମର୍ଶକୁ ଗ୍ରହଣ କରି ଟଙ୍କା ବିନିଯୋଗ କରନ୍ତୁ ଓ ଆଶାତୀତ ଲାଭ ପାଆନ୍ତୁ । ଦୈନନ୍ଦିନ କାମରୁ କିଛି ଘଂଟା ଅବସର ନେଇ ସାଙ୍ଗସାଥୀ ଅବା ପରିବାର ସହିତ ବୁଲାବୁଲି କରିବାକୁ ଯାଇପାରନ୍ତି । ଏକତରଫା ପ୍ରେମ କରି ମନକୁ ଅଶାନ୍ତ କରିବା ଅନୁଚିତ । ଆଜି ଆପଣ ଯେଉଁ ଅଭିଜ୍ଞତା ହାସଲ କରିବେ, ତାହା ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ଜୀବନସାଥୀଙ୍କ ନିକଟରୁ ଆଦର ନପାଇ ମନ ବିଚଳିତ ହୋଇପାରେ । ଆଜି ଆପଣଙ୍କ ପାଇଁ ଭାଗ୍ୟବାନ ନମ୍ବର ୭ । ଶୁଭରଙ୍ଗ କ୍ରିମ ଓ ଧଳା । ଜୀବନ ସାଥୀ ଅବା ପ୍ରେମୀ-ପ୍ରେମିକାଙ୍କୁ କଳାଧଳା ପୋଷାକ ଦେଇ ପ୍ରେମକୁ ସୁଦୃଢ଼ କରିପାରନ୍ତି।
କର୍କଟ ରାଶି: ଆଜି ଆପଣ ସ୍ୱାସ୍ଥ୍ୟ ଓ ସୁନ୍ଦରତା ପ୍ରତି ଅଧିକ ଦୃଷ୍ଟି ଦେଇପାରନ୍ତି । ସାଙ୍ଗସାଥୀଙ୍କ ସହଯୋଗ ପାଇ ଆର୍ଥିକ ସଂକଟ ଦୂର କରିପାରନ୍ତି । ଆଜି ଦିନଟି ଆପଣଙ୍କ ପାଇଁ ସ୍ମରଣୀୟ ରହିବ । ଦୀର୍ଘଦିନ ଧରି ଯୋଉ କାମଟି ଆପଣଙ୍କ ପାଇଁ କଠିନ ମନେ ହେଉଥିଲା ତାହା ଆଜି ସହଜରେ ଶେଷ ହେବ। ଏହି ସଫଳତାର ହକଦାର ଆପଣଙ୍କ ମେହେନତ୍ ଓ ପରିବାର । ପରିବାରର ପ୍ରତିଟି ସଭ୍ୟଙ୍କୁ ଖୁସି କରି ଦିଅନ୍ତୁ । ଅଫିସ ମାହୋଲ ହସଖୁସି ଭରା ରହିବ । ଆଜି କିଛି ମୂଲ୍ୟବାନ ସାମଗ୍ରୀ କିଣିପାରନ୍ତି । ଜୀବନସାଥୀଙ୍କ ପିଲାଳିଆମି ଆପଣଙ୍କ ପାଇଁ ଆମୋଦ ଦାୟକ ରହିବ । ଆଜି ପାଇଁ ଆପଣଙ୍କର ଭାଗ୍ୟବାନ ନମ୍ବର ୨ । ଶୁଭରଙ୍ଗ ଉଜ୍ଜ୍ୱଳ ଧଳା । ଚାକିରିରେ ପଦୋନ୍ନତି ଅବା ବ୍ୟବସାୟରେ ଅଧିକ ଲାଭ ପାଇବାକୁ ଚାହୁଁଥିଲେ ଘର ଛାତ ଅବା ତାଜାରେ ଅଦରକାରୀ ସାମଗ୍ରୀ, ଲୁହା ସାମଗ୍ରୀ, ଜାଲି ରଖନ୍ତୁ ନାହିଁ।
ସିଂହ ରାଶି: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ସ୍ଥିତି ଭଲ ରହି ନପାରେ । ଭବିଷ୍ୟତ ପାଇଁ କିଛି ଧନ ସାଇତି ରଖିବା ମୁସ୍କିଲ ହୋଇପାରେ । ସାଙ୍ଗସାଥୀଙ୍କ ସହଯୋଗ ପାଇପାରନ୍ତି । ଆଜି ଅଫିସ କାମକୁ ଅବହେଳା କରି ପ୍ରିୟ ଲୋକଙ୍କ ସଙ୍ଗଲାଭ ପାଇଁ ଅଧିକ ସମୟ ଦେଇପାରନ୍ତି। ବ୍ୟବସାୟରେ ନୂତନ ଅଂଶୀଦାରଙ୍କୁ ସାମିଲ କରିବା କଥା ମନକୁ ଆଣି ପାରନ୍ତି । ନୂତନ ଅଂଶୀଦାରଙ୍କ ସହିତ ସଂକଳ୍ପବଦ୍ଧ ହେବା ପୂର୍ବରୁ ଆପଣ ପ୍ରତିଟି ଦିଗକୁ ଭଲ କରି ପରଖି ନିଅନ୍ତୁ । ଆଜି ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହି ନପାରେ । ପ୍ରିୟ ଲୋକଙ୍କ ସହିତ ମତାନ୍ତର ହୋଇପାରେ। ଆଜି ପାଇଁ ଆପଣଙ୍କ ଭାଗ୍ୟବାନ ନମ୍ବର ୯ । ଶୁଭରଙ୍ଗ ଲାଲ ଓ ମେରୁନ । ଆର୍ଥିକ ସ୍ଥିତି ମଜଭୁତ କରିବାକୁ ଚାହୁଁଥିଲେ, ତରକାରୀ ଅବା ଡାଲିରେ ଗୋଲମରିଚ ସେବନ କରିପାରନ୍ତି।
କନ୍ୟା ରାଶି: ଆଜି ଆପଣ ଗାଡ଼ି ଚଳାଇବା ସମୟରେ ସତର୍କ ରୁହନ୍ତୁ । ବିଶେଷ କରି ବୁଲାଣି ଅବା ମୋଡ଼ ନିକଟରେ ସାବଧାନ ରହିବା ଜରୁରୀ । ଅଚାନକ ଭାବେ କୌଣସି ସୂତ୍ରରୁ ଧନଲାଭ କରିପାରନ୍ତି । ପରିବାର ଲୋକଙ୍କୁ ହାତମୁଠାରେ ରଖିବାର ପ୍ରୟାସ କରି ଆପଣ ବିବାଦରେ ପଡ଼ିପାରନ୍ତି । ତେଣୁ ପ୍ରିୟ ଲୋକଙ୍କୁ ମିଠାକଥା କୁହନ୍ତୁ । ସାଙ୍ଗସାଥୀ ଅବା ପରିବାର ଲୋକଙ୍କ ସହିତ ଚଳଚ୍ଚିତ୍ର ଦେଖିବାକୁ ଯାଆନ୍ତୁ । ନାଚ ଗୀତ ମଉଜ ମଜଲିସ କରନ୍ତୁ । କର୍ମକ୍ଷେତ୍ରରେ ଟଙ୍କା ଦେବା ନେବା ସମୟରେ ସାବଧାନ ରୁହନ୍ତୁ । ଘରକୁ ଅତିଥିଙ୍କ ଆଗମନ କାରଣରୁ ଆପଣଙ୍କର କୌଣସି ଯୋଜନା ପଣ୍ଡ ହୋଇ ଯାଇପାରେ । ଆପଣଙ୍କ ଜୀବନରେ ଅନ୍ୟ ମହିଳାଙ୍କୁ ପ୍ରବେଶ କରିବାକୁ ସୁଯୋଗ ଦିଅନ୍ତୁ ନାହିଁ ଅନ୍ୟଥା ବୈବାହିକ ଜୀବନ ବିଷତୁଲ୍ୟ ହୋଇଯିବ । ଆଜି ପାଇଁ ଆପଣଙ୍କର ଭାଗ୍ୟବାନ ନମ୍ବର ୭ । ଶୁଭରଙ୍ଗ କ୍ରିମ ଓ ଧଳା । ଗୁରୁବାର ଦିନ ଶରୀରରେ ତେଲ ମାଲିସ କରନ୍ତୁ ନାହିଁ, ଶରୀର ସୁସ୍ଥ ରହିବ।
ତୁଳା ରାଶି: ଆଜି ଭାଗ୍ୟବାନ ନମ୍ବର ୧ । ଶୁଭ ରଙ୍ଗ ନାରଙ୍ଗୀ ଓ ସୁବର୍ଣ୍ଣ । ସମସ୍ୟାରେ ପଡ଼ି ଧୈର୍ଯ୍ୟ ହରାନ୍ତୁ ନାହିଁ । ଠାକୁର ଘରେ ଚନ୍ଦ୍ରଙ୍କର ଯନ୍ତ୍ରଟିଏ ସ୍ଥାପନ କରି ପୂଜାର୍ଚ୍ଚନା କଲେ ଆର୍ଥିକ ସ୍ଥିତି ଦୃଢ଼ ହେବ । ଖାଦ୍ୟରେ ଟିକେ ରାଗ ପକାଇ ଦେଲେ ତାହା ଯେପରି ସୁଆଦିଆ ଲାଗେ। ସେହିପରି ପ୍ରତିକୂଳ ପରିସ୍ଥିତି ଆପଣଙ୍କ ପାଇଁ ଖାସ୍ ରହିବ । ମୁଡ୍ ଠିକ କରିବା ପାଇଁ ନିଜକୁ ସାମାଜିକ କାମରେ ବ୍ୟସ୍ତ ରଖନ୍ତୁ । ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିପାରେ । ଜୀବନର ବାସ୍ତବତାକୁ ଅନୁଭବ କରିବା ପାଇଁ ଚାହୁଁଥିଲେ ପରିବାର ନିକଟରୁ କିଛି ସମୟ ଦୂରେଇ ରୁହନ୍ତୁ । ଯାହାକୁ ଆପଣଙ୍କ ଶତ୍ରୁ ବୋଲି ଭାବୁଥିଲେ ସେହି ଆପଣଙ୍କର ଶୁଭଚିନ୍ତକ ଭଳି ମନେହେବ । ପଡୋଶୀଙ୍କ ହସ୍ତକ୍ଷେପ ଆପଣଙ୍କ ଦାମ୍ପତ୍ୟ ଜୀବନକୁ ବିଷ ତୁଲ୍ୟ କରିପାରେ।
ବିଛା ରାଶି: ଆଜି ଭାଗ୍ୟବାନ ନମ୍ବର ୨ । ଶୁଭ ରଙ୍ଗ ସିଲଭର ଅବା ଧଳା । ଅଧିକାଂଶ ସମୟ ଧଳା ପୋଷାକ ପରିଧାନ କରନ୍ତୁ । ପାରିବାରିକ ଜୀବନ ହସଖୁସି ଭରା ରହିବ । ଆଜି ଆପଣ ସପନ ରାଇଜରେ ବିଚରଣ କରିପାରନ୍ତି । ଦୀର୍ଘଦିନ ଧରି ଚେଷ୍ଟା କରୁଥିବା ଋଣ ମଞ୍ଜୁର ହୋଇଯିବ । ପରକୀୟା ପ୍ରୀତି ଆପଣଙ୍କ ସାମାଜିକ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିପାରେ । ଅଂଶୀଦାରୀ ବ୍ୟବସାୟରେ ପଶନ୍ତୁ ନାହିଁ । ସମୟର ସଦୁପଯୋଗ କରନ୍ତୁ ନଚେତ୍ ଅନ୍ୟମାନଙ୍କ ଠାରୁ ବହୁତ ପଛରେ ପଡ଼ିଯିବେ । ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବା ଫଳରେ ଆପଣଙ୍କ ପତ୍ନୀ ନିଃସଙ୍ଗ ଅନୁଭବ କରିପାରନ୍ତି ।
ଧନୁ: ଧନୁରାଶିର ଜାତକଙ୍କ ପାଇଁ ଆଜି ଭାଗ୍ୟବାନ ନମ୍ବର ୮ । ଶୁଭ ରଙ୍ଗ କଳା ଓ ନୀଳ । ଆପଣ ସୋରିଷ ତେଲରେ ନିଜ ମୁହଁକୁ ଦେଖିବା ପରେ ସେଥିରେ କିଛି ଅଟା ପକାଇ ଛୋଟ ଛୋଟ ଗୁଲି କରି ପକ୍ଷୀକୁ ଖାଇବାକୁ ଦିଅନ୍ତୁ । ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ଆଜି ଆପଣ ଟଙ୍କାର ଆବଶ୍ୟକତାକୁ ଅନୁଭବ କରିବେ । ଦରକାର ସମୟରେ ସହାୟତାର ହାତ ବଢ଼ାଇ ଆପଣ କୌଣସି ବ୍ୟକ୍ତିଙ୍କୁ ଆସନ୍ନ ବିପଦରୁ ରକ୍ଷା କରିପାରନ୍ତି । ପ୍ରେମ ପ୍ରସଙ୍ଗକୁ ଗୁପ୍ତ ରଖନ୍ତୁ । ଅଫିସରୁ ଘରକୁ ଗଲାବେଳେ ସତର୍କତାର ସହିତ ଯାନବାହନ ଚଳାନ୍ତୁ । ଜୀବନସାଥୀଙ୍କ ସହିତ କିଛି ସମୟ ମଧୁର ଆଳାପ କରନ୍ତୁ।
ମକର ରାଶି: ଅନ୍ୟ ମହିଳାଙ୍କ ପ୍ରତି ମନରେ ଖରାପ ଭାବନା ରଖନ୍ତୁ ନାହିଁ । ମହିଳାଙ୍କ ସହାୟତା ବଳରେ ଆପଣଙ୍କ ବ୍ୟବସାୟ ଓ ଚାକିରି କ୍ଷେତ୍ରଟି ଲାଭଦାୟକ ରହିବ । ଦୂର ସଂପର୍କୀୟଙ୍କ ନିକଟରୁ ଶୁଭ ଖବର ପାଇ ପାରିବାରିକ ମାହୋଲ ହସଖୁସିରେ ଭରିଯିବ । ପ୍ରେମୀ ଅବା ବାନ୍ଧବୀଙ୍କ ସହିତ ସଂପର୍କ ଦୃଢ଼ ହେବ। ଜୀବନସାଥୀଙ୍କ ସହିତ ଆପଣଙ୍କ ସଂପର୍କ ଦୃଢ଼ ରହିବ । ବ୍ୟକ୍ତିଗତ ସମସ୍ୟା ପାଇଁ ଆପଣ ଆମ ନିକଟକୁ ହ୍ୱାଟ୍ସ ଆପ୍ କରିପାରନ୍ତି । ମକର ରାଶିର ଜାତକଙ୍କ ପାଇଁ ଆଜି ଭାଗ୍ୟବାନ ନମ୍ବର ୮ । ଶୁଭ ରଙ୍ଗ କଳା ଓ ନୀଳ ।
କୁମ୍ଭ ରାଶି: ଖେଳକୁଦରେ ଭାଗ ନେଇପାରନ୍ତି । ଜମିବାଡ଼ି କିଣାବିକା କରିପାରନ୍ତି । ସାଂସ୍କୃତିକ କାର୍ଯ୍ୟରେ ଭାଗ ନେଇପାରନ୍ତି । ଆପଣଙ୍କ ହସଖୁସି ଭରା ମିଜାଜ ପରିବାର ପାଇଁ ଟନିକ୍ ଭଳି କାମ କରିବ । ଆପଣଙ୍କ ସାମାନ୍ୟ ହସ ଆପଣଙ୍କ ପ୍ର୍ରିୟ ଲୋକଙ୍କ ମନରୁ ଅଭିମାନ ଦୂର କରିଦେବ। ସମସ୍ୟାକୁ ସାମ୍ନାରେ ପାଇ ପଳାୟନ କରନ୍ତୁନି । ଧୈର୍ଯ୍ୟ ଓ ସାହସର ସହିତ ମୁକାବିଲା କରନ୍ତୁ । ଜିତାପଟ ହାସଲ କରନ୍ତୁ । କୁମ୍ଭରାଶିର ଜାତକଙ୍କ ପାଇଁ ଆଜି ଭାଗ୍ୟବାନ ନମ୍ବର ୬ । ଶୁଭରଙ୍ଗ ପାରଦର୍ଶୀ ଓ ଗୋଲାପୀ।
ମୀନ ରାଶି: ନିୟମିତ ଖିର ସେବନ କରନ୍ତୁ ସୁସ୍ଥ ରୁହନ୍ତୁ । ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି । ଖାଦ୍ୟପେୟ ପ୍ରତି ସତର୍କ ରୁହନ୍ତୁ । ଆଜି ଘରୁ ବାହାରକୁ ଯିବା ପୂର୍ବରୁ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ । କୌଣସି ଘଟଣାକୁ ଆପଣଙ୍କ ପିଲାମାନେ ତିଳକୁ ତାଳ କରି ବଖାଣିଲେ ସେସବୁ ଶୁଣି ହଠାତ୍ ପ୍ରତିକ୍ରିୟା ପ୍ରକାଶ କରନ୍ତୁନି । ବ୍ୟକ୍ତିଗତ ଭାବନାକୁ କାହା ଆଗରେ ବ୍ୟକ୍ତ କରନ୍ତୁନି । କୌଣସି ପ୍ରସଙ୍ଗରେ ପତ୍ନୀଙ୍କ ସହ ଏକମତ ହୋଇ ନପାରନ୍ତି । : ମୀନରାଶିର ଜାତକଙ୍କ ପାଇଁ ଆଜି ଭାଗ୍ୟବାନ ନମ୍ବର ୪ । ଶୁଭ ରଙ୍ଗ ସବୁଜ ଓ ଧଳା।