Operation Sindoor: ବେକାର ହୋଇଯିବ ଅପରେସନ୍ ସିନ୍ଦୁର

Operation Sindoor: ଭାରତରେ ଆଉ ସୀମାପାର ଆତଙ୍କୀ ହମ୍‌ଲା ହେବନି ବୋଲି ଟ୍ରମ୍ପ ଲେଖିଦେବେ? ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଗଲେ ଭାରତ-ପାକିସ୍ତାନ । ଏ ସୂଚନା ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଦାନ କରିଛନ୍ତି ଏକ ସୋସିଆଲ ମିଡିଆରେ।

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଶୁକ୍ରବାର ସାରା ରାତିଟା ତାଙ୍କର କଟି ଯାଇଥିଲା ଭାରତ ଓ ପାକିସ୍ତାନ ସରକାରଙ୍କୁ ବୁଝାଇବା କାମରେ ।

ଭାରତର ପ୍ରଧାନମନ୍ତ୍ରୀ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେବା ସମୟରେ ରାଷ୍ଟ୍ରପତି ଟ୍ରମ୍ପ ଉଭୟ ଦେଶକୁ ଯୁଦ୍ଧ ଛାଡ଼ି ଶାନ୍ତିପୂର୍ଣ୍ଣ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ ।

ଟ୍ରମ୍ପ କହିଛନ୍ତି ଯେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ଟ୍ରମ୍ପ ଯେଉଁ ପ୍ରସ୍ତାବ ଦେଇଥିଲେ ତାକୁ ଉଭୟ ପ୍ରଧାନମନ୍ତ୍ରୀ ଗ୍ରହଣ କରିଛନ୍ତି ।

ଯଦି ଅପରେସନ୍‌ ସିନ୍ଦୁର ବନ୍ଦ କରି ଦିଆଯାଏ, ତେବେ ଭାରତରେ ଆଉ ଆତଙ୍କୀ ହମ୍‌ଲାର ସୂତ୍ରପାତ ହେବନି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଖିତ ପ୍ରତିଶ୍ରୁତି ଦେବେ!

ଜନତାଙ୍କ ମତରେ, ପାକିସ୍ତାନ ଭଳି ଦୋ ମୁହାଁ ସାପକୁ ଆଦୌ ବିଶ୍ୱାସ କରି ହେବନି ।