Operation Sindoor: ଟ୍ରମ୍ପଙ୍କ ଚାପରେ ମୋଦି ଚେପା
ତିନିଦିନ ଭିତରେ ଯୁଦ୍ଧ ଲାଳସା ମେଂଟିଗଲା!
ପହଲଗାମର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନାର ଆକ୍ରମଣ ଫିକା ପଡିଗଲା!
Operation Sindoor: ମାତ୍ର ତିନିଦିନ ଭିତରେ ଥଣ୍ଡା ପଡ଼ିଗଲା ‘ଅପରେସନ୍ ସିନ୍ଦୁର’ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ଚେପା ହୋଇଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେ’ ୭ ତାରିଖ ରାତି ସାଢେ଼ ଗୋଟାଏରେ ଭାରତୀୟ ବାୟୁସେନାର ଲଢୁଆ ଜେଟ୍ ପିଓକେ ଓ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ମିଶାଇଲ ମାଡ଼ ଆରମ୍ଭ କଲା । ୨୫ ମିନିଟ୍ ଭିତରେ ୨୬ଟା ମିଶାଇଲ ମାଡ଼ କରିବା ପରେ ଭାରତ ସରକାର ଦମ୍ଭର ସହିତ ଅପରେସନ୍ ସିନ୍ଦୁର’ର ସଫଳତା ପ୍ରଚାର କରିଥିଲେ । ମାତ୍ର କେଇ ଘଂଟାର ବ୍ୟବଧାନ ପରେ ପାକିସ୍ତାନ ସେନା ପକ୍ଷରୁ ଆରମ୍ଭ ହୋଇଗଲା ଅଘୋଷିତ ଲଢେ଼ଇ ।

ପାକିସ୍ତାନ ଆଡୁ ଉଡ଼ି ଆସୁଥିବା ଫାଇଟର ଜେଟ୍ ଓ ଡ୍ରୋନକୁ ନଷ୍ଟ କରୁଥିଲେ ଭାରତର ସେନାବାହିନୀ । ପରିସ୍ଥିତି ଏପରି ହେଲା ଯେ ପାକିସ୍ତାନ ଛାତି ଉପରେ ବସି ଭାରତ ଭୀଷଣ ହମ୍ଲା କଲା । ଲାହୋ. କରାଚୀ, ରାୱଲପିଣ୍ଡି ଆକାଶଟା ଧୂଆଁମୟ ହୋଇଗଲା । ପାକିସ୍ତାନର ଏଫ୍୧୬ ଓ ଜେଏଫ୍୧୭ ବିମାନକୁ ଭାରତ ଖସାଇଦେଲା । ଆପଣମାନେ ଶୁଣିଲେ କାନକୁ ବିଶ୍ୱାସ କରି ପାରିବେନି । ଭାରତ ପାକିସ୍ତାନର ଯୋଉ ଲଢୁଆ ବିମାନଗୁଡ଼ାକ ଖସାଇଲା । ସେଗୁଡ଼ାକୁ ପାକିସ୍ତାନ ଆମେରିକା ନିକଟରୁ କିଣିଥିଲା ।
ଆମେରିକା ନିର୍ମିିତ ଲଢୁଆ ବିମାନଗୁଡ଼ାକ ଭାରତ ମାଡ଼ରେ ନଷ୍ଟ ହୋଇଯିବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଛାତିରେ ଛନକା ପଶିଗଲା । ଆମେରିକା କମ୍ପାନୀର ଗୋଦାମ ଘରେ ପୁଳା ପୁଳା ଏଫ୍୧୬, ଜେଏଫ୍୧୭ ବିମାନ ଅଛି । ପାକିସ୍ତାନ କିଣିଥିବା ଆମେରିକା ବିମାନ ନିକଟରେ ସେଭଳି ଦମ୍ ନାହିଁ ବୋଲି ସାରା ବିଶ୍ୱକୁ ଏକ ବାର୍ତା ଚାଲିଯିବା ପରେ ଆଉ କିଏ କାହିଁକି ଆମେରିକା ନିକଟରୁ ଏଫ୍୧୬ ବିମାନ କିଣିବ ।

ବେପାର ଘାଟା ହୋଇଯିବା ଭୟରେ କାଳ ବିଳମ୍ବ ନକରି ଡୋନାଲ୍ଡ ଟ୍ରମ୍ପ ଭାରତ ଓ ପାକିସ୍ତାନକୁ ଯୁଦ୍ଧ ବନ୍ଦ କରିବାକୁ ଏକ ପ୍ରକାର ଚାପ ପକାଇଲେ । ଆମେରିକା ନିକଟରୁ କିଛି ଗୋଟାଏ ସ୍ୱାର୍ଥ ପାଇବା ମତଲବରେ ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧ ବନ୍ଦ କରିବାକୁ ବାଧ୍ୟ ହେଲେ ।
ଏବେ ଜନତାଙ୍କ ପ୍ରଶ୍ନ ହେଉଛି, ‘ଅପରେସନ୍ ସିନ୍ଦୁର’ ଆରମ୍ଭ କରିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ନ କରିବା ପାଇଁ ପରାମର୍ଶ ଦେଇଥିଲେ । ତାକୁ ଅମାନ୍ୟ କରି ପ୍ରଧାନମନ୍ତ୍ରୀ ମୋଦି ରାତି ଅଧିଆ ‘ଅପରେସନ୍ ସିନ୍ଦୁର’ ଆରମ୍ଭ କଲେ । ମାତ୍ର ତିନିଦିନ ଭିତରେ ମୋଦିଙ୍କର ଯୁଦ୍ଧ ଲାଳସା ମେଂଟିଗଲା? ରାଣ୍ଡ ସେଇ ଘଇତା କରିବେ, ବଂଶ ବୁଡ଼ାଇ ମାରିବେ ।
ବିହାର ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଯୋଉ ଅପରେସନ୍ ସିନ୍ଦୁର ଆରମ୍ଭ କଲେ, ସେଥିରେ ବ୍ରେକ କଷିଦେଲେ ଟ୍ରମ୍ପ । ଏବେ ମୋଦି ଦେଶବାସୀଙ୍କୁ ମୁହଁ ଦେଖାଇ ପାରିବେ?