‘ଅପରେସନ୍ ସିନ୍ଦୂର ୨.୦ ଦ୍ୱାରା ଆଇପିଏଲ୍ ପ୍ରଭାବିତ ହୋଇଛି । ଶୁକ୍ରବାର, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟୁର୍ଣ୍ଣାମେଣ୍ଟକୁ ଏକ ସପ୍ତାହ ପାଇଁ ସ୍ଥଗିତ ରଖିବାକୁ ଘୋଷଣା କରିଛି । ଗତକାଲି ଲକ୍ଷ୍ନୌରେ ଶୁକ୍ରବାର ହେବାକୁ ଥିବା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ବାତିଲ କରାଯାଇଛି ।
ଏହା ସହିତ ଗୁରୁବାର ଧର୍ମଶାଳାରେ ଅନୁଷ୍ଠିତ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅଧାରୁ ବନ୍ଦ ହୋଇଥିଲା । ଭରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ପାଇଁ ଶେଷ ୧୬ଟି ମ୍ୟାଚ୍ ସପ୍ତାହେ ପାଇଁ ସ୍ଥଗିତ ରଖାଯାଇଛି ।