ଜବ୍ କରିଥିବା ଯୁବତୀଙ୍କୁ ଅଧିକ ପସନ୍ଦ କରନ୍ତି ପୁରୁଷ କାହିଁକି..?

ବର୍ତ୍ତମାନ ସମୟର ଟ୍ରେଣ୍ଡ୍ ବଦଳିଯାଇଛି..

ଅଧିକାଂଶ ଯୁବକ ଜବ୍ କରିଥିବା ଯୁବତୀଙ୍କୁ ନିଜ ଲାଇଫ୍ ପାର୍ଟନର କରିବାକୁ ପସନ୍ଦ କରନ୍ତି। ବର୍ତ୍ତମାନ ସମୟର ଟ୍ରେଣ୍ଡ୍ ବଦଳିଯାଇଛି। ସୁନ୍ଦର, ଶୁଶିଳ ଏବଂ ଘରୋଇ କାର୍ଯ୍ୟ କରୁଥିବା ଯୁବତୀଙ୍କ ଅପେକ୍ଷା ଚାକିରି କରୁଥିବା ଯୁବତୀଙ୍କୁ ଏବେ ଯୁବକମାନେ ଅଧିକ ପସନ୍ଦ କରୁଛନ୍ତି। ସେମାନଙ୍କୁ ଲାଗିଥାଏ ଯେ, ଜବ୍ କରୁଥିବା ଯୁବତୀମାନେ ସେମାନଙ୍କୁ ଠିକ୍ ଭାବେ ବୁଝିପାରିବେ।

– ଯୁବକମାନେ ଚିନ୍ତା କରିଥାନ୍ତି ଯେ, ଜବ୍ କରୁଥିବା ଯୁବତୀମାନେ ତାଙ୍କୁ ବିବାହ ପରେ ଠିକ୍ ଭାବେ ବୁଝିପାରିବେ । ଫିଲ୍ଡରେ କେଉଁ ପ୍ରକାର ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିଥାଏ ତାହା କେବଳ ଜବ୍ କରୁଥିବା ଯୁବତୀ ବୁଝିପାରିବେ।

-ଜବ୍ କରି ରୋଜଗାର କରୁଥିବା ପତ୍ନୀ ଥିଲେ ଘରକୁ ଡବଲ୍ ଦରମା ଦରମା ଆସିଥାଏ । ଏହାଫଳରେ ପତି ଓ ପତ୍ନୀ ନିଜର ଭବିଷ୍ୟତକୁ ଧ୍ୟାନରେ ରଖି ସଞ୍ଚୟ କରିପାରିଥାନ୍ତି ଏବଂ ନିଜ ବୃଦ୍ଧାବସ୍ଥା ପାଇଁ ପ୍ଲାନ୍ କରିପାରି ଥାନ୍ତି।

– ସ୍ୱାମୀମାନେ ଅଧିକ ସମୟ ଅଫିସରେ କାର୍ଯ୍ୟ କରି ଘରକୁ ଫେରିଲେ ମଧ୍ୟ ଅନେକ କ୍ଷେତ୍ରରେ ତାଙ୍କ ଲାଇଫ୍ ପାର୍ଟନର ସନ୍ଦେହ କରନ୍ତି । ତେଣୁ ଜବ୍ କରୁଥିବା ଯୁବତୀ ଅନେକ ସମୟରେ ଅଫିସରେ ସ୍ୱାମୀଙ୍କ ଅଫିସରେ ଓଭର ଟାଇମିଂ କାର୍ଯ୍ୟ କରିବାକୁ ଠିକ୍ ଭାବେ ବୁଝି ପାରିବେ ବୋଲି ଯୁବକମାନେ ଭାବିଥାନ୍ତି।

-କାର୍ଯ୍ୟକ୍ଷେତ୍ରରେ ଅସୁବିଧା ଅର୍ଥାତ ଅଧିକ ୱାର୍କ ଲୋଡ୍ ପଡ଼ିଲେ ମଧ୍ୟ ଜବ୍ କରୁଥିବା ଯୁବତୀମାନେ ସେମାନଙ୍କୁ ସାହାର୍ଯ୍ୟ କରିପାରିବେ ବୋଲି ଯୁବକମାନେ ଭାବିଥାନ୍ତି।

–ଦେଖିବାକୁ ଗଲେ କେତେକ କ୍ଷେତ୍ରରେ ବସ୍ ସହ କୌଣସି କାରଣରୁ ଯୁବକଙ୍କ ମନୋମାଳିନ୍ୟ ହେଲେ ଏହାକୁ ଜବ୍ କରୁଥିବା ଯୁବତୀମାନେ ଭଲ ଭାବେ ବୁଝିପାରି ବୋଲି ସେମାନଙ୍କ ମନରେ ଧାରଣା ଥାଏ ।

-ଯୁବକମାନେ ଭାବିଥାନ୍ତି ବର୍ତ୍ତମାନ ଯେଉଁପରି ଭାବେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟୁଛି ତାହାକୁ ମୁକାବିଲା କରିବା ପାଇଁ ଜବ୍ କରୁଥିବା ଯୁବତୀ ଏକାନ୍ତ ଆବଶ୍ୟକ ବୋଲି । ଏହାଫଳରେ ସେମାନଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।