ପଞ୍ଜାବ କିଙ୍ଗ୍‌ସକୁ ହରାଇଲା ରାଜସ୍ଥାନ

ଧର୍ମଶାଳା: ରାଜସ୍ଥାନ ରୟାଲ୍‌ସ ଚଳିତ ଆଇପିଏଲର ପ୍ଲେ ଅଫ ଦୌଡ଼ରୁ ପଞ୍ଜାବକିଙ୍ଗ୍‌ସକୁ ବିଦା କରିଛି। ଶୁକ୍ରବାର ଧର୍ମଶାଳାରେ ଖେଳାଯାଇଥିବା ୬୭ତମ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ୪ ୱିକେଟରେ ପଞ୍ଜାବ କିଙ୍ଗ୍‌ସକୁ ପରାସ୍ତ କରିଛି।

ଏହି ବିଜୟ ସହ ରାଜସ୍ଥାନ ରୟାଲ୍‌ସ ପ୍ଳେ ଅଫ ଦୌଡ଼ ଆଶାକୁ ବଜାୟ ରଖିଥିବାବେଳେ ପଞ୍ଜାବ ବିଦାୟ ନେଇଛି। ରାଜସ୍ଥାନ ୧୪ଟି ମ୍ୟାଚରୁ ୭ଟି ବିଜୟ ସହ ୧୪ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ପଞ୍ଜାବ ସମାନ ସଂଖ୍ୟକ ମ୍ୟାଚରୁ ୬ଟି ବିଜୟ ଓ ୮ଟି ପରାଜୟ ସହ ଅଭିଯାନ ଶେଷ କରିଛି।