ବସ୍‌ଙ୍କୁ ଦେଖିବା ମାତ୍ରେ ହାତଗୋଡ଼ ଥରୁଛି?

ନୂଆଦିଲ୍ଲୀ: ବସ୍‌ଙ୍କୁ ଦେଖିବା ମାତ୍ରେ ହାତଗୋଡ଼ ଥରିବାର କାରଣ ଡର କି ଭୟ ନୁହେଁ । ଆପଣଙ୍କ ଶରୀରରୁ ଭିଟାମିନ କେ୨ ଓ ଭିଟାମିନ ଡି୩ ଅଭାବ କାରଣରୁ । ସ୍ୱାସ୍ଥ୍ୟ ଗବେଷକଙ୍କ ମତରେ କୌଣସି କାରଣରୁ ଶରୀରରେ କେ୨ ଓ ଡି୩ ମାତ୍ରା କମିଗଲେ; ମସ୍ତିଷ୍କ ଉପରେ ତା’ର ସିଧା ପ୍ରଭାବ ପଡ଼ିଥାଏ ।

ନିୟମିତ ଖାଦ୍ୟପେୟ ପ୍ରତି ସଚେତନ ରହିବା ଫଳରେ ଶରୀରରେ କେ୨ ଓ ଡି୩ ଭିଟାମିନ ଚାହିଦା ମୁତାବକ ରହିଥାଏ । ପ୍ରଚୁର ପରିମାଣର ତାଜା ଫଳ ଖାଆନ୍ତୁ । ତଟକା ପନିପରିବା କାଟି ତରକାରୀ କରି ଖାଆନ୍ତୁ ।