ଆଇପିଏଲ ଖେଳିବେନି ବିରାଟ କୋହଲି!

ମୁମ୍ବାଇ: ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳି ନାହାନ୍ତି । ମାତ୍ର ତାଙ୍କ ସଂପର୍କରେ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମନ୍ତବ୍ୟ ଏବେ କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଆଇପିଏଲରେ ବିରାଟ କୋହଲି ଖେଳି ନପାରନ୍ତି ବୋଲି ଗାଭାସ୍କର କହିଛନ୍ତି ।

ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ-୨୪ ମହା ମୁକାବିଲା ଆରମ୍ଭ ହେଉଛି । ପ୍ରଥମ ମ୍ୟାଚଟି ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍‌ସ ଓ କୋହଲିଙ୍କ ଟିମ୍‌ ରୟାଲ୍ସ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ହେବ । ଆଇପିଏଲରେ ପ୍ରଶଂସକମାନେ ବିରାଟଙ୍କ ବ୍ୟାଟ୍‌ରୁ ଲମ୍ବାସଟ୍‌ ଦେଖିବାକୁ ଆଗ୍ରହୀ ଥିଲାବେଳେ ଗାଭାସ୍କର କହିଛନ୍ତି, କୋହଲିଙ୍କୁ ପ୍ରଥମେ ଭାରତୀୟ ଟେଷ୍ଟ ଟିମରେ ସାମିଲ କରାଗଲା; ସେ ହାଇଦ୍ରବାଦ ମଇଦାନରେ ଖେଳିବେ କ’ଣ; ଟିମରୁ ହଟିଗଲେ ।

ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଦ୍ୱିତୀୟ ସନ୍ତାନର ଜନ୍ମ ତାରିଖ ଘୋଷଣା କରିଦେଲେ ।ଗାଭାସ୍କରଙ୍କ ମତରେ କ୍ରିକେଟ୍‌ ମଇଦାନରୁ ବାହାରେ ବେଶିଦିନ କଟାଇବା ପରେ ବିରାଟ ଲମ୍ବା ସଟ୍‌ ମାରିପାରିବେ ତ! କଉତୁକିଆ ମୁଡରେ ଗାଭାସ୍କର କହିଛନ୍ତି, ସେ ଖେଳିବେ ତ? ନଖେଳିବାର ବହୁତ ବାହାନା କରିବାରେ ବିରାଟ ଓସ୍ତାଦ ।