ଦୁବାଇ: ଚଳିତ ଆଇପିଏଲ୍ରେ ପ୍ରଥମ ଦଳ ଭାବେ ପ୍ଲେଅଫ୍ ଖେଳିବା ନିଶ୍ଚିତ କରିଛି ଚେନ୍ନଇ ସୁପର କିଙ୍ଗ୍ସ (ସିଏସ୍କେ)। ଗୁରୁବାରର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦରାବାଦକୁ ୬ ୱିକେଟରେ ସିଏସ୍କେ ପରାସ୍ତ କରିଛି। ଋଦ୍ଧିମାନ ଶାହାଙ୍କ ୪୪ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ସନ୍ରାଇଜର୍ସ ୨୦ ଓଭରେ ୭ ୱିକେଟ ହରାଇ ୧୩୪ ରନ୍ କରିଥିଲା। ପରେ ଋତୁରାଜ ଗାଏକ୍ୱାଡ୍ ଓ ଫାଫ୍ ଡୁ ପ୍ଲେସିଙ୍କ ଉପଯୋଗୀ ଇନିଂସ ବଳରେ ୨ଟି ବଲ୍ ବାକିଥାଇ ୬ ୱିକେଟ ହରାଇ ଚେନ୍ନଇ ବିଜୟୀ ହୋଇଥିଲା। ୧୧ଶ ମ୍ୟାଚ୍ରେ ୯ମ ବିଜୟ ପରେ ସର୍ବାଧିକ ୧୮ ପଏଣ୍ଟ ସହ ଚେନ୍ନଇ ସୁପର କିଙ୍ଗ୍ସ ପ୍ଲେଅଫ୍ରେ ପହଞ୍ଚିଛି। ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ି ସାରିଥିବା ସନ୍ରାଇଜର୍ସ ୧୧ଶ ମ୍ୟାଚ୍ରେ ୯ମ ପରାଜୟ ଭୋଗିଛି।