ଭାରତରେ ଦ୍ରୁତଗତିରେ ବଢୁଛି ଓମିକ୍ରନ୍‌

ନୂଆଦିଲ୍ଲୀ : ସାରା ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମକ୍ରିନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହାସହ ଭାରତରେ ମଧ୍ୟ ଏହି ଭ୍ୟାରିଆଣ୍ଟ ଓମିକ୍ରନ୍‌ ଦିନକୁ ଦିନ ବଢିବାରେ ଲାଗିଛି । ଏନେଇ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସତର୍କ କରାଇବା ସହ କୋଭିଡ୍‌ ଗାଇଡଲାଇନପାଳନ କରିବାକୁ ପରାମର୍ଶ ଦେଉଛି । ସେହିପରି ଓମିକ୍ରନ୍‌ ଯେଉଁଭଳି ଦ୍ରୁତଗତିରେ ସଂକ୍ରମିତ କରୁଛି ଏଭଳି ହେଲେ ଆଗକୁ ଦେଶରେ ପରିସ୍ଥିତି ଭୟଙ୍କର ହେବ ବୋଲି ଜଣାପଡିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୪୫୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୩୨୦ ଜଣ ଚିହ୍ନଟ ହୋଇଛନ୍ତି ।