ମୁମ୍ୱାଇରେ ନୂଆବର୍ଷ ଫିକା

ମୁମ୍ବାଇ: ସାରା ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବଢିବାରେ ଲାଗିଛି । ଏାସହ ମହାରାଷ୍ଟ୍ରର କରୋନା ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଉଛି । ଓମକ୍ରିନକୁୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ନୂଆ କୋଭିଡ ଗାଇଡଲାଇନ୍‌ ଜାରି କରିଛି । ଗାଇଡ ଲାଇନ ଅନୁସାରେ ନୂଆ ବର୍ଷରେ ୧୪୪ ଧାରାକୁ ଆସନ୍ତା ୧୫ ଯାଏଁ ବୃଦ୍ଧି କରାଯାଇଛି । ସନ୍ଧ୍ୟା ୫ଟାରୁ ନେଇ ସକାଳ ୫ଟା ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି ।

ସେହିପରି ସମୁଦ୍ର କୂଳ, ଖୋଲା ପଡିଆ, ଗାର୍ଡେନ, ପାର୍କ ଇତ୍ୟାଦି ସ୍ଥାନରେ କଟକଣା ଜାରି କରାଯାଇଛି । ଏହି ସମୟରେ ବିବାହ କାର୍ଯ୍ୟକ୍ରମରେ ମାତ୍ର ୫୦ ଲୋକଙ୍କୁ ଏକାଠି ହେବାକୁ ନିୟମ ରହିଛି ଓ ସାଂସ୍କୃତି, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମରେ ୫୦ ଜଣ ଲୋକ ଏକତ୍ରିତ ହୋଇପାରିବେ । ଅନ୍ୟପକ୍ଷରେ ୟୁଏଇ ଏବଂ ଦୁବାଇରୁ ଆସୁଥିବା ବ୍ୟକ୍ତିଙ୍କୁ ୭ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡିବ । ଏହାଛଡା ଶୁଦ୍ଧକ୍ରିୟାରେ କେବଳ ୨୦ ଜଣ ଲୋକଙ୍କୁ ଅନୁମତି ରହିଛି । ସେହିପରି ମହାରାଷ୍ଟ୍ରରେ ଦିନକୁ ଦିନ କୋଭିଡ ମାମଲା ବଢିବାରେ ଲାଗିଛି ।