ଦେଶର ୪୦ଟି ରେଳ ଷ୍ଟେସନ ପୁନଃବିକାଶ କାର୍ଯ୍ୟ ତ୍ବରାନ୍ବିତ

ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିଛି ରେଳ…..

ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିଛି ରେଳ ମନ୍ତ୍ରଣାଳୟ । ଯାତ୍ରୀମାନଙ୍କୁ ଆଧୁନିକ ସୁବିଧାସୁଯୋଗ ଯୋଗାଇ ଦେବା ଲାଗି ବର୍ତ୍ତମାନ ଭାରତୀୟ ରେଳବାଇର ୪୦ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ୧୪ଟି ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୫ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି ।

 

ପୁନଃବିକଶିତ ହେବାକୁ ଥିବା ରେଳ ଷ୍ଟେସନ ମଧ୍ୟରେ ପୁରୀ, ଭୁବନେଶ୍ବର ଏବଂ କଟକ ରେଳ ଷ୍ଟେସନ ସାମିଲ ରହିଛି । ଇତିମଧ୍ୟରେ କଟକ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ଦେଶବ୍ୟାପୀ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଆର୍ଥିକ ବିକାଶରେ ସୁଧାର ଆସିବ । ଏହାଦ୍ବାରା ଦେଶର ଅର୍ଥବ୍ୟବସ୍ଥା ଉପରେ ବହୁଗୁଣିତ ପ୍ରଭାବ ପଡ଼ିବ ।

ଏସବୁ ଷ୍ଟେସନର ବିକାଶ କାର୍ଯ୍ୟରେ ଅଧିକ ସ୍ଥାନ ଥିବା ରୁଫ୍‌ ପ୍ଲାଜା ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି । ଏହାବ୍ୟତୀତ ଫୁଡକୋର୍ଟ, ପ୍ରତୀକ୍ଷାଳୟ, ପିଲାମାନଙ୍କ ଖେଳିବା ସ୍ଥାନ, ସ୍ଥାନୀୟ ଉତ୍ପାଦ ପାଇଁ ମାନ୍ୟତାପ୍ରାପ୍ତ ସ୍ଥାନ ଆଦି ସୁବିଧା ବିକଶିତ କରାଯିବ । ଷ୍ଟେସନଗୁଡ଼ିକର ଉନ୍ନତିକରଣ ସମୟରେ ମେଟ୍ରୋ, ବସ ଆଦି ବିଭିନ୍ନ ପରିବହନ ମାଧ୍ୟମକୁ ରେଳ ଷ୍ଟେସନ ସହିତ ଯୋଡ଼ାଯିବ । ଷ୍ଟେସନ ଭିତ୍ତିଭୂମି ନିର୍ମାଣ ସମୟରେ ସବୁଜ ଅଟ୍ଟାଳିକା ଜ୍ଞାନକୌଶଳ ଅବଲମ୍ବନ କରାଯିବ ଏବଂ ଦିବ୍ୟାଙ୍ଗଜନଙ୍କ ପାଇଁ ଅନୁକୂଳ ବ୍ୟବସ୍ଥା ରହିବ । ଇଣ୍ଟେଲିଜେଣ୍ଟ ବିଲ୍ଡିଂ ନିର୍ମାଣ ଲକ୍ଷ୍ୟ ନେଇ ଷ୍ଟେସନଗୁଡ଼ିକୁ ବିକଶିତ କରାଯିବ ଏବଂ ଏଥିରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ । ଷ୍ଟେସନଗୁଡ଼ିକର ପୁନଃବିକାଶ ଫଳରେ ରେଳ ଷ୍ଟେସନ ନିକଟରେ ‘ସିଟି ସେଣ୍ଟର’ ଭଳି ସ୍ଥାନ ସୃଷ୍ଟି ହେବ । ଏହାଦ୍ବାରା ରେଳ ଯାତ୍ରୀ ଏବଂ ସାଧାରଣ ଜନତା ଉପକୃତ ହୋଇପାରିବେ ।

ଇତିମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ରେଳବାଇର ରାଣୀ କମଳାପତି ଷ୍ଟେସନ, ପଶ୍ଚିମ ରେଳବାଇର ଗାନ୍ଧୀନଗର କ୍ୟାପିଟାଲ ଷ୍ଟେସନ ଏବଂ ଦକ୍ଷିଣ ପଶ୍ଚିମ ରେଳବାଇର ସାର ଏମ ବିଶ୍ବେଶ୍ବରାୟା ଟର୍ମିନାଲ ଷ୍ଟେସନର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଏସବୁ କାର୍ଯ୍ୟକ୍ଷମ ହୋଇସାରିଛି ।

ବର୍ତ୍ତମାନ ପରିସ୍ଥିତିରେ ଏସବୁ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ସମୟସୀମା ନିର୍ଦ୍ଧାରଣ କରିବା ସମ୍ଭବପର ନୁହେଁ କାରଣ ଏହି କାର୍ଯ୍ୟ ଅତ୍ୟନ୍ତ ଜଟିଳ ହୋଇଥିବା ବେଳେ ଏଥିରେ ବହୁ ଅଂଶୀଦାରମାନଙ୍କର ସମ୍ପୃକ୍ତି ରହିଛି ଏବଂ ଏଥିପାଇଁ ବିଭିନ୍ନ ବୈଧାନିକ ମଞ୍ଜୁରିର ଆବଶ୍ୟକତା ରହିଛି ।

ପୁନଃବିକଶିତ ହେବାକୁ ଥିବା ଷ୍ଟେସନଗୁଡ଼ିକର ବିବରଣୀ ନିମ୍ନରେ ଦିଆଗଲା।

 

List of Stations where work is awarded and in progress in different stages of Survey, Site Mobilization and Construction
Sno Name of Station State Zone Division
1 Ayodhya Uttar Pradesh NR LKO
2 Bijwasan Delhi NR DLI
3 Safdarjung Delhi NR DLI
4 Gomtinagar Uttar Pradesh NER LJN
5 Tirupati Andhra Pradesh SCR GTL
6 Gaya Bihar ECR MGS
7 Udhna Gujarat WR Mumbai Central
8 Somnath Gujarat WR Bhavnagar
9 Ernakulam Kerala SR TVC
10 Puri Odisha ECoR KUR
11 New Jalpaiguri West Bengal NFR KIR
12 Muzaffarpur Bihar ECR SEE
13 Lucknow (Charbagh) Uttar Pradesh NR LKO
14 DakaniyaTalav Rajasthan WCR KOTA
15 Kota Rajasthan WCR KOTA
16 Jammu Tawi UT of J & K NR FZR
17 Jallandhar Cantt. Punjab NR FZR
18 Nellore Andhra Pradesh SCR BZA
19 Sabarmati Gujarat WR ADI
20 Gwalior Madhya Pradesh NCR JHS
21 Faridabad Haryana NR DLI
22 Gandhinagar Jaipur Rajasthan NWR Jaipur
23 Bhubaneswar Odisha ECoR KUR
24 Kollam Kerala SR TVC
25 Udaipur City Rajasthan NWR Ajmer
26 Ernakulam Town Kerala SR TVC
27 Jaisalmer Rajasthan NWR Jodhpur
28 Ranchi Jharkhand SER RNC
29 Vishakhapatnam Andhra Pradesh ECoR WAT
30 Puducherry UT of Puducherry SR TPJ
31 Katpadi Tamilnadu SR MAS
32 Rameswaram Tamilnadu SR MDU
33 Madurai Tamilnadu SR MDU
34 Surat Gujarat WR Mumbai Central
35 Chennai Egmore Tamilnadu SR MAS
36 New Bhuj Gujarat WR Ahmedabad
37 Nagpur Maharashtra CR NGP
38 Secunderabad Telangana SCR SC
39 Yesvantpur Karnataka SWR SBC
40 Jaipur Rajasthan NWR Jaipur
         
List of Stations where work is under Tendering stage and likely to be awarded in next 4-5 months
SNo Name of Station State Zone Division
1 Delhi Cantt. Delhi NR DLI
2 Prayagraj Uttar Pradesh NCR ALD
3 Ghaziabad Uttar Pradesh NR DLI
4 Ajni (Nagpur ) Maharashtra CR Nagpur
5 Ludhiana Punjab NR FZR
6 Cuttack Odisha ECoR KUR
7 Kanniyakumari TamilNadu SR TVC
8 Kanpur Central Uttar Pradesh NCR ALD
9 Chandigarh UT of Chandigarh NR UMB
10 Bangalore Cantt. Karnataka SWR SBC
11 New Delhi Delhi NR DLI
12 Ahmedabad Gujarat WR Ahmedabad
13 CSMT Maharashtra CR Mumbai
14 Jodhpur Rajasthan NWR Jodhpur
         

 

***

P.S.