ବସ ଧକ୍କାରେ ୮ ମୃତ, ୩୬ ଆହତ

ଉତ୍ତରପ୍ରଦେଶର ବାରାବଙ୍କି ଜିଲାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବସକୁ ଆଉ ଏକ…

ଲଖନଉ : ଉତ୍ତରପ୍ରଦେଶର ବାରାବଙ୍କି ଜିଲାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବସକୁ ଆଉ ଏକ ବସ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ଆଠ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୩୬ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପରେ ଜାତୀୟ ରାଜପଥରୁ କ୍ଷତିଗ୍ରସ୍ତ ଗାଡିକୁ ହଟାଇବା ପରେ ଯାତାୟାତ ସ୍ୱଭାବିକ ହୋଇଛି।