ବିଜେପିରେ ମିଶିଲେ ଅଭିନେତ୍ରୀ ଖୁସବୁ

ନୂଆଦିଲ୍ଲୀ :ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । କଂଗ୍ରେସ ସହ ଦୀର୍ଘ ୬ ବର୍ଷର ସମ୍ପର୍କ ଛିନ୍ନ କରି ଆଜି ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ଖୁସବୁ ସୁନ୍ଦର ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଖୁସବୁ ଦଳର ସାଧାରଣ ସମ୍ପାଦକ ସିଟି ରବି, ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଓ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।

ସୂଚନା ଥାଉକି, ଖୁସବୁ ୨୦୧୪ ସାଧାରଣ ନିର୍ବାଚନ ବେଳେ କଂଗ୍ରେସରେ ସାମିଲ ହୋଇଥିଲେ। ଆଉ ତାମିଲନାଡୁରେ କଂଗ୍ରେସକୁ ଆଗକୁ ନେଇଥିଲେ। କିନ୍ତୁ ଏବେ ତାଙ୍କ ସ୍ୱରକୁ ଚାପି ଦିଆଯାଉଠିବା ବେଳେ ଦଳରେ କଣୋଠେସା ହୋଇ ରହିଛନ୍ତି ବୋଲି ଅଭିଯୋଗ କରି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ।ଖୁସବୁ ସୁନ୍ଦର ଦକ୍ଷିଣ ଭାରତରେ କଂଗ୍ରେସ ଦଳର ଚର୍ଚ୍ଚିତ ଚେହେରା ଭାବେ ରହିଥିବା ବେଳେ ୨୦୦ରୁ ଅଧିକ ଦକ୍ଷିଣ ଭାରତୀୟ ଏବଂ ବଲିଉଡ ଫିଲ୍ମରେ ଅଭିନୟ ମଧ୍ୟ କରିଛନ୍ତି ।

ତେବେ ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଥିଲେ। ଗତକାଲି ରାତିରେ ସେ ଚେନ୍ନାଇରୁ ଦିଲ୍ଲୀ ଆସିଥିବାରୁ ବିଜେପିରେ ମିଶିବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଥିଲା।