ଭାରତରେ ଆଉ ୧୪ ଜଣଙ୍କ ଶରୀରରେ କରୋନାର ନୂଆ ଷ୍ଟ୍ରେନ-shaksi news

ନୂଆଦିଲ୍ଲୀ: ଭାରତରେ କ୍ରମାଗତ ଭାବେ ବ୍ରିଟେନ ଭାଇରସ ତା’ର କାୟା ବିସ୍ତାର କରିବାକୁ ଲାଗିଥିବା ବେଳେ ପୁଣି ୧୪ ଜଣଙ୍କ ଶରୀରରେ କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଛି। ଗତକାଲି ୬ ଜଣ ବ୍ୟକ୍ତିଙ୍କ ଶରୀରରେ ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଥିବା ବେଳେ ଆଉ ୧୪ ଜଣ ଏହି ତାଲିକାରେ ସାମିଲ ହୋଇଛନ୍ତି। ଏହାକୁ ନେଇ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚି ଯାଇଛି।

ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିବା ସମସ୍ତ ୨୦ ଜଣଙ୍କୁ ସରକାରୀ ଆଇସୋଲେସନରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି। ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ହୋମ ଆଇସୋଲେସନରେ ନ ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୪ ଜଣ ବ୍ରିଟେନ ଫେରନ୍ତା ନା ଆଉ କିଏ, ସେକଥା ଏଯାଏ ସ୍ପଷ୍ଟ କରିନାହାନ୍ତି। ୨୦ ଜଣ କେଉଁମାନଙ୍କ ସହ ମିଶିଛନ୍ତି, ସେମାନଙ୍କୁ ଯୋଗାଯୋଗ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଦୁଇ ଦିନ ମଧ୍ୟରେ ୨୦ ଜଣଙ୍କ ଶରୀରରେ ଏହି ନୂଆ ଷ୍ଟ୍ରେନ ଠାବ ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାକୁ ନଜରରେ ରଖି ଭାରତ ସରକାର ଡିସେମ୍ବର ୩୧ ଯାଏ ବ୍ରିଟେନକୁ ବିମାନ ସେବା ବନ୍ଦ କରିଛନ୍ତି। ହେଲେ ପୂର୍ବରୁ ବ୍ରିଟେନରୁ ଫେରିଥିବା ଲୋକଙ୍କ ଶରୀରରେ କରୋନାର ନୂଆ ଷ୍ଟ୍ରେନ ଠାବ ହେବାରେ ଲାଗିଛି।