ଦେଶରେ ୨୦ ହଜାର ୫୫୦ ନୂଆ ଆକ୍ରାନ୍ତ ଚିହ୍ନଟ-shaksi news

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୦ ହଜାର ୫୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୪୪ହଜାର ୮୫୩ କୁ ବୃଦ୍ଧି ପାଇଛି। ସେହିପରି ୨୮୬ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ନେଇଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୮ହଜାର ୪୩୯କୁ ବୃଦ୍ଧି ପାଇଛି।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ୯୮ଲକ୍ଷ ୩୪ ହଜାର ୧୪୧ ସଂକ୍ରମିତ ରହିଥିବାବେଳେ ଗତ ୨୪ଘଣ୍ଟାରେ ସାରା ଦେଶରୁ ୨୬ ହଜାର ୫୭୨ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏବେ ଦେଶରେ ୨ଲକ୍ଷ ୬୨ହଜାର ୨୭୨ଟି ଆକ୍ଟିଭ୍ କେସ୍ ରହିଛି।

ଅନ୍ୟପଟେ ସମଗ୍ର ବିଶ୍ୱରେ ଏହି ସମୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ କୋଟି ୧୯ ଲକ୍ଷ ୯୬ ହଜାର ୮୮୭ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୪ କୋଟି ୬୩ ଲକ୍ଷ ୨୮ ହଜାର ୪୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୮ ଲକ୍ଷ ୭୯ ହଜାର ୧୯୪ରେ ପହଞ୍ଚିଛି । ସମୁଦାୟ ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ ୮୯ ହଜାର ୨୯୩ରେ ପହଞ୍ଚିଛି ।