ରାଜ୍ୟରେ ଦିନକରେ ୩୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ-shaksi news

ଭୁବନେଶ୍ୱର (ଏସ୍ ନ୍ୟୁଜ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ ହେଇଥିବ ଅବେଳେ ୧୩୧ ହେଉଛି ଲୋକାଲ୍ କେସ୍ ରହିଛି। ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛି ।

ତେବେ ୨୮ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୮ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପାରି ଅନୁଗୁଳ ଜିଲ୍ଲାରୁ ୨୬, ବାଲେଶ୍ୱର ଜିଲ୍ଲାରୁ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୫ , ଭଦ୍ରକରୁ୨, ବଲାଙ୍ଗିରରୁ ୧୬ , କଟକରୁ ୨୩ , ଦେବଗଡ଼ରୁ ୪, ଢେଙ୍କାନାଳରୁ ୨, ଗଞ୍ଜାମରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୯ , ଯାଜପୁରରୁ ୧୬ , ଝାରସୁଗୁଡ଼ାରୁ ୮ , କଳାହାଣ୍ଡିରୁ ୫, କନ୍ଧମାଳରୁ ୧ , କେନ୍ଦ୍ରାପଡ଼ାରୁ୧୦ , କେନ୍ଦୁଝରରୁ୧୭ , ଖୋର୍ଦ୍ଧାରୁ ୨୩ , କୋରାପୁଟରୁ୧ , ମୟୂରଭଞ୍ଜରୁ୧୯ , ନୟାଗଡ଼ରୁ ୬ , ନୂଆପଡ଼ାରୁ ୬ , ସମ୍ବଲପୁରରୁ୨୮ , ସୋନପୁରରୁ ୩ ଓ ସୁନ୍ଦରଗଡ଼ରୁ୨୮ ଜଣ ଚିହ୍ନଟ ହୋଇଛନ୍ତି।ସେପଟେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

ଅନ୍ୟପଟେ ରାଜ୍ୟରେ କରୋନାରେ ଆଉ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୮୭୧ରେ ପହଞ୍ଚି ଯାଇଛି। ଏହି ତିନି ମୃତକଙ୍କ ମଧ୍ୟରେ ଭଦ୍ରକ, ବଲାଙ୍ଗିର ଓ ପୁରୀ ଜିଲ୍ଲାରୁ ଜଣେ ଲେଖା ଅଛନ୍ତି।

ସେହିପରି ୩୦୫ ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯୩୦୬ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୨୪୭୭୫ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୬୦୭ ଜଣ ଚିକିତ୍ସାଧୀନ ଅଛନ୍ତି।