ପେଟ୍ରୋଲ ଓ ଡିଜେଲ ଉପରେ ଲାଗିଲା କୃଷି ସେସ୍

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତୃତୀୟ ଥର ପାଇଁ ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ପେଟ୍ରୋଲ ଓ ଡିଜେଲ ଉପରେ ସରକାର ଫାର୍ମ ସେସ୍ ଲାଗୁ କରିଛନ୍ତି । ଫଳରେ ଉଭୟ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବ ବୋଲି କୁହାଯାଇଛି । ତେବେ ପେଟ୍ରୋଲ ଉପରେ ୨ ଟଙ୍କା ୫୦ ପଇସା ଓ ଡିଜେଲ ଉପରେ ୪ ଟଙ୍କାର ଫାର୍ମ ସେସ୍ ଲଗାଯାଇଛି । ଏହି ସେସ୍ କମ୍ପାନୀମାନଙ୍କୁ ଦେବାକୁ ପଡ଼ିବ ଓ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ବଜେଟରେ କୁହାଯାଇଛି ।