ବିଜେପିରେ ମିଶିଲେ ଅପର୍ଣ୍ଣା

ୟୁପି : ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ମିଶିଲେ । ଅପର୍ଣ୍ଣା ଯାଦବଙ୍କ ବିଜେପି ସାମିଲନେଇ ସପାରେ ହଇଚଇ ସୃଷ୍ଟି ହେବା ସହ ଅଖିଳେଶ ଯାଦବଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିବା ନେଇ ଅପର୍ଣ୍ଣା ଯାଦବ କହିଛନ୍ତି ଯେ ବିଜେପି ମୋତେ ସ୍ଥାନ ଦେଇଥିବାରୁ ମୁଁ ବହୁତ କୃତଜ୍ଞ

। ସେହିପରି ସେ କହିଛନ୍ତି ଯେ, ମୋ ପାଇଁ ଦେଶ ସର୍ବଦା ପ୍ରଥମରେ ଆସେ । ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛି । ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣ ଯାଦବ ବୁଧବାର ୟୁପି ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ।