ଟ୍ରକ ଧକ୍କାରେ ଦୁଇ ମୃତ

ଭଦ୍ରକ : ଟ୍ରକ ଧକ୍କାରେ ଦୁଇଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ବାଇକକୁ ଧକ୍କା ଦେଲା ଟ୍ରକ । ଏହି ଘଟଣା ଭଦ୍ରକ ଚାନ୍ଦବାଲି ରାସ୍ତାର ଇଚ୍ଛାପୁର ଛକରେ ଘଟିଛି । ସୂଚନା ଅନୁଯାୟୀ ଇଛାପୁର ଛକ ନିକଟରେ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିବା ହେତୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ବାଇକକୁ ଜୋରରେ ଧକ୍କା ଦେଇଥିଲା । ଯାହାଫଳରେ ବାଇକରେ ଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି ।