ପୁଣି ଆଜି ରାଜ୍ୟରୁ ୧୦ ହଜାର ଉପରେ କରୋନା ମାମଲା ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ସଂକ୍ରମଣ । ପୁଣି ଆଜି ରାଜ୍ୟରୁ ୧୦ ହଜାର ଉପରେ କରୋନା ମାମଲା ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୦ହଜାର ୩୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬,୦୧୫ ଜଣ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୪,୩୫୩ ଜଣ ରହିଛନ୍ତି । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧,୦୯୦ ଜଣ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩,୦୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୩୬, ବାଲେଶ୍ୱର ୩୦୪, ବରଗଡ ୧୫୨, ଭଦ୍ରକ ୧୨୯, ବଲାଙ୍ଗିର ୨୫୩, ବୌଦ୍ଧ ୭୬, କଟକ ୯୪୦, ଦେବଗଡ ୭୮, ଢେଙ୍କାନାଳ ୮୩, ଗଜପତିରୁ ୧୦୦ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୮୭, ଜଗତସିଂହପୁର ୧୬୫, ଯାଜପୁର ୨୯୦, ଝାରସୁଗୁଡା ୧୫୭, କଳାହାଣ୍ଡି ୧୯୪, କନ୍ଧମାଳ ୮୩, କେନ୍ଦ୍ରାପଡା ୧୦୬, କେନ୍ଦୁଝରରେ ୧୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋରାପୁଟ ୨୦୨, ମାଲକାନଗିରି ୫୮, ମୟୁରଭଞ୍ଜ ୧୬୫, ନବରଙ୍ଗପୁର ୧୬୨, ନୟାଗଡ ୧୪୯, ନୂଆପଡା ୧୯୬, ପୁରୀ ୧୪୦, ରାୟଗଡା ୨୦୮, ସମ୍ବଲପୁର ୨୪୭, ସୋନପୁର ୧୮୦, ସୁନ୍ଦରଗଡ ୧,୫୦୫ ଷ୍ଟେଟପୁଲରୁ ୬୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୬,୭୮୫ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୦ଲକ୍ଷ ୮୦ହଜାର ୫୬୨ ଜଣ ଆକ୍ରାନ୍ତ ।